୧୮ରେ ଅବସର ନେବେ CEC ରାଜୀବ କୁମାର, କିଏ ନେବେ ତାଙ୍କ ସ୍ଥାନ? ଖୁବଶୀଘ୍ର ହେବ ଘୋଷଣା

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଆସନ୍ତା ୧୮ ତାରିଖରେ ଅବସର ଗ୍ରହଣ କରିବେ। ଏହି ପରିପ୍ରେକ୍ଷୀରେ ନୂଆ ସିଇସି ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।ସୋମବାର ନୂଆ ସିଇସି ଚୟନ ପାଇଁ କମିଟି ବୈଠକ ବସିବ ବୋଲି ଜଣାପଡିଛି । ଏହି କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରହିଛନ୍ତି। ସିଇସି ଓ ଇସି ଚୟନ ନିୟନ୍ତ୍ରଣ କରୁଥିବା ନୂଆ ଆଇନ ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନର ଶୁଣାଣି ହେବାର ଗୋଟିଏ ଦିନ ପୂର୍ବରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

Rajeev Kumar

ସିଇସି ରାଜୀବ କୁମାର ଫେବୃଆରୀ ୧୮ରେ ୬୫ ବର୍ଷ ବୟସରେ ଅବସର ନେବେ। ପ୍ରଥମ ଥର ପାଇଁ ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟାନ୍ୟ ନିିର୍ବାଚନ କମିଶନର (ନିଯୁକ୍ତି, ସେବା ସର୍ତ୍ତାବଳୀ ଏବଂ କାର୍ଯ୍ୟକାଳ) ଆଇନ, ୨୦୨୩ର ବ୍ୟବସ୍ଥାଗୁଡ଼ିକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ ପ୍ରବର୍ତ୍ତନ କରାଯାଉଛି। ଗତ ବର୍ଷ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ସୃଷ୍ଟି ହୋଇଥିବା ଖାଲି ପଦବୀ ପୂରଣ ପାଇଁ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଏବଂ ଏସ ଏସ ସାନ୍ଧୁଙ୍କୁ ନିଯୁକ୍ତି ଦେବା ପାଇଁ ଏହି ଆଇନ ବ୍ୟବହାର କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+