ନିର୍ବାଚନ ଅଧିକାରୀମାନଙ୍କୁ ସ୍ୱଚ୍ଛତାର ସହ କର୍ତ୍ତବ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେଲେ ମୁଖ୍ୟ ନିର୍ବାଚନ କମିଶନର ।
ମୁଖ୍ୟ ନିର୍ବାଚନ କମିଶନର୍ ଜ୍ଞାନେଶ କୁମାର ସମସ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ସ୍ୱଚ୍ଛତାର ସହ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି । ନୂଆଦିଲ୍ଲୀରେ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ଦୁଇଦିନିଆ ସମ୍ମିଳନୀକୁ ଉଦ୍ବୋଧନ ଦେଇ ଶ୍ରୀ କୁମାର ଅଧିକାରୀମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହିତ ଯୋଗାଯୋଗ ରକ୍ଷା କରି ସୁଚାରୁରୂପେ ନିଜର ଦାୟିତ୍ୱ ତୁଲାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ବୈଧାନିକ ସ୍ତରରେ ନିୟମିତ ଭାବେ ଦଳୀୟ ବୈଠକ ଆୟୋଜନ ଉପରେ ଜ୍ଞାନେଶ କୁମାର ଗୁରୁତ୍ୱାରୋପ କରିଛନ୍ତି । ପ୍ରତ୍ୟେକ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଦ୍ୱାରା ନିଆଯାଇଥିବା ପ୍ରସଙ୍ଗଭିତ୍ତିକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଆସନ୍ତା ୩୧ ତାରିଖ ସୁଦ୍ଧା ସମ୍ପୃକ୍ତ ଉପ-ନିର୍ବାଚନ କମିଶନର୍ଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି ।

ଦେଶର ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ସମସ୍ତ ନାଗରିକ ଭୋଟର ଭାବେ ପଞ୍ଜିକୃତ ହେବା ନିଶ୍ଚିତ କରିବାକୁ ଶ୍ରୀ କୁମାର ଅଧିକାରୀମାନଙ୍କୁ କହିଛନ୍ତି । ଏତଦ୍ବ୍ୟତୀତ ପ୍ରତ୍ୟେକ ମତଦାନ କେନ୍ଦ୍ରରେ ୮ ଶହରୁ ୧୨ ଶହ ମତଦାତା ରହିବା ଓ ପ୍ରତ୍ୟେକ ମତଦାତାଙ୍କ ବାସସ୍ଥାନରୁ ଦୁଇ କିଲୋମିଟର ମଧ୍ୟରେ ମତଦାନ କେନ୍ଦ୍ର ନିଶ୍ଚିତ କରିବାପାଇଁ ମଧ୍ୟ ମୁଖ୍ୟ ନିର୍ବାଚନ କମିଶନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରାମାଞ୍ଚଳରେ ମତଦାନକୁ ସହଜ କରିବା ଲକ୍ଷ୍ୟରେ ମତଦାନ କେନ୍ଦ୍ରଗୁଡ଼ିକରେ ସର୍ବନିମ୍ନ ସୁବିଧା ଉପଲବ୍ଧ କରାଇବା ଉପରେ ମଧ୍ୟ ଶ୍ରୀ କୁମାର ଗୁରୁତ୍ୱାରୋପ କରିଛନ୍ତ ।












Click it and Unblock the Notifications