ରାଷ୍ଟ୍ରପତିଙ୍କୁ ଭେଟିଲେ CDS ଅନିଲ ଚୌହାନଙ୍କ ସମେତ ତିନି ସେନାର ମୁଖ୍ୟ
ଅପରେସନ ସିନ୍ଦୁର ଦ୍ୱାରା ଅନେକ ଆତଙ୍କବାଦୀ ଏବଂ ସେମାନଙ୍କର ଅଡ୍ଡା ଧ୍ୱଂସ ହୋଇଛି। ତା ସହିତ ପାକିସ୍ତାନର ବହୁତ କ୍ଷୟକ୍ଷତି ମଧ୍ୟ ହୋଇଛି। ଏହି ଅପରେସନ ସଫଳ ହୋଇଥିବାରୁ CDS ଅନିଲ ଚୌହାନ ଓ ୩ ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅପରେସନ ସିନ୍ଦୁର ବିଷୟରେ ଅବଗତ କରାଇଛନ୍ତି।

ସେନା ଯେଉଁପରି ଭାବେ ଆକ୍ରମଣ କରି ଅପରେସନକୁ ସଫଳ କରାଇଛନ୍ତି ସେଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି।












Click it and Unblock the Notifications