ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପିଲାମାନେ ଦେବେ ପରୀକ୍ଷା

ନବମ ଶ୍ରେଣୀ ପରୀକ୍ଷା ଢାଞ୍ଚାରେ କରାଯିବ ପରିବର୍ତ୍ତନ । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରିଚାଳିତ ସ୍କୁଲରେ ଏହି ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତି ଅନୁଯାୟୀ ବହି ଦେଖି ପିଲାମାନେ ଦେବେ ପରୀକ୍ଷା । ୨୦୨୬-୨୭ ଶିକ୍ଷାବର୍ଷରୁ ଏହାକୁ ପାଇଲଟ୍‌ ମୋଡ୍‌ରେ କାର୍ଯ୍ୟକାରୀ କରାଯିବ । ଜୁନ୍‌ ମାସରେ ହୋଇଥିବା ବୈଠକରେ ଏପରି ନିଷ୍ପତ୍ତିକୁ ଅନୁମୋଦନ ଦେଇଛି ସିବିଏସ୍‌ଇ ।

CBSE

ଜୁନ୍‌ ମାସରେ ସିବିଏସ୍‌ଇର ବୈଠକରେ ନବମ ଶ୍ରେଣୀ ପରୀକ୍ଷାରେ ଇଣ୍ଟିଗ୍ରେଟିଂ ଓପନ୍‌ ବୁକ୍‌ ଆସେସ୍‌ମେଣ୍ଟ ନେଇ ଆଲୋଚନା ହୋଇଥିଲା । ଯେଉଁଥିରେ ପିଲାମାନେ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ବିଷୟ ପାଠ୍ୟପୁସ୍ତକ ଦେଖି ପରୀକ୍ଷା ଦେବେ । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଏହାକୁ ସିବିଏସ୍‌ଇ ଗଭର୍ଣ୍ଣିଂ ବଡି ଅନୁମୋଦନ ଦେଇଛି । ଜାତୀୟ ଶିକ୍ଷା ନୀତି ୨୦୨୦ ଆଧାରରେ ପ୍ରସ୍ତୁତ ନ୍ୟାସନାଲ୍‌ କରିକୁଲମ ଫ୍ରେମ୍‌ୱାର୍କ ଫର ସ୍କୁଲ ଏଜୁକେସନ (ଏନ୍‌ସିଏଫ୍‌ଏସ୍‌ଇ)କୁ ଗୁରୁତ୍ୱ ଦେଇ ଏପରି ପଦକ୍ଷେପ ନିଆଯାଇଛି ।

ପିଲା ପରୀକ୍ଷା ଦେବା ସମୟରେ ପାଠ୍ୟପୁସ୍ତକ, କ୍ଲାସ ନୋଟ୍‌, ଲାଇବ୍ରେରୀ ମ୍ୟାଟେରିଆଲ୍‌କୁ ବ୍ୟବହାର କରିବାକୁ ସୁଯୋଗ ପ୍ରଦାନ କରାଯିବ । ପାଠ୍ୟକ୍ରମରୁ କ୍ରସ୍‌ କଟିଂ ଥିମ୍‌ ନେଇ ପ୍ରଶ୍ନ ପ୍ରସ୍ତୁତ କରାଯିବ । ଯାହାକୁ ନେଇ ପିଲା ବହି ଦେଖି ପରୀକ୍ଷା ଦେବେ । ଏହାକୁ ନେଇ ସାମ୍ପୁଲ ପେପର ପ୍ରସ୍ତୁତ କରାଯିବ । ସେହିପରି ପ୍ରଶ୍ନ ପତ୍ରକୁ ଗୁଣାତ୍ମକ କରାଯିବା ସହ କ୍ରିଟିକାଲ୍‌ ଥିଙ୍କିଯୁକ୍ତ କରାଯିବ । ଯାହା ଦ୍ୱାରା ପିଲାଙ୍କ ଦକ୍ଷତାକୁ ମଧ୍ୟ ମାପି ହେବ । ସିବିଏସ୍‌ଇ ପକ୍ଷରୁ କୁହାଯାଇଛି, ଯେଉଁ ସ୍କୁଲମାନେ ଏହାକୁ ଲାଗୁ କରିବାକୁ ଆଗ୍ରହ ପ୍ରକାଶ କରିବେ ସେମାନଙ୍କୁ ମାର୍ଗଦର୍ଶନ ଦିଆଯିବ । ଏପରିକି ଏଥିପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ମଧ୍ୟ ଜାରି ହେବ ।

ସୂଚନାଥାଉକି, ୨୦୨୩ ମସିହା ଡିସେମ୍ବରରେ ସିବିଏସ୍‌ଇ ପକ୍ଷରୁ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ଏହାକୁ ଲାଗୁ କରିବା ପାଇଁ ପରିକଳ୍ପନା କରାଯାଇଥିଲା । ଏପରିକି ପାଇଲଟ୍‌ ଷ୍ଟଡି ଭାବେ ଓପନ୍‌ ବୁକ୍‌ ଆସେସ୍‌ମେଣ୍ଟକୁ ଅନୁମୋଦନ ମିଳିଥିଲା । ଏହାକୁ ବର୍ତ୍ତମାନ ନବମ ଶ୍ରେଣୀରେ କାର୍ଯ୍ୟକାରୀ କରାଯିବ ।

ଏତିକି ନୁହେଁ ୨୦୧୪ ମସିହାରେ ନବମ ଶ୍ରେଣୀର ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । ଯେଉଁଥିରେ ହିନ୍ଦୀ, ଇଂରାଜୀ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନକୁ ବିଷୟକୁ ନେଇ ହୋଇଥିଲା । ଏହାପରେ ଏକାଦଶ ଶ୍ରେଣୀରେ ମଧ୍ୟ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ୨୦୧୭-୧୮ ମସିହାରେ ବନ୍ଦ କରି ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+