ସିବିଏସଇର ନୂଆ ଗାଇଡଲାଇନ; ମାତୃଭାଷାରେ ୫ମ ଶ୍ରେଣୀ ଯାଏଁ ପଢିବେ ପିଲା

ଏବେ ଅଧିକାଂଶ ପ୍ରାଇଭେଟ ସ୍କୁଲରେ ଇଂଲିଶରେ ପଢାଇବାକୁ ପ୍ରାଧାନ୍ୟ ଦିଆଯାଉଛି । ଏଥିପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ନୂଆ ଗାଇଡଲାଇନ ଜାରି କରିଛି । ଏଥିରେ ସିବିଏସଇର ସମସ୍ତ ସ୍କୁଲକୁ ଛାତ୍ରଛାତ୍ରୀମାନଙ୍କୁ ମାତୃଭାଷାରେ ପଢାଇବାର ମ୍ୟାପ୍ ପ୍ରସ୍ତୁତ କରିବାକୁ କୁହାଯାଇଛି । ପୁରା ଦେଶରେ ସିବିଏସଇ ସ୍କୁଲରେ ପ୍ରାଥମିକ ଶ୍ରେଣୀରୁ ଇଂଲିଶରେ ପାଠ ପଢାଯାଉଛି ।

CBSE s

ସିବିଏସଇ ସର୍କୁଲାର ମୁତାବକ, ରାଷ୍ଟ୍ରୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ, ପ୍ରି-ପ୍ରାଇମେରୀ ଶ୍ରେଣୀରୁ କ୍ଲାସ ୨ ଯାଏଁ ଫାଉଣ୍ଡସେନାଲ ପର୍ଯ୍ୟାୟ ବୋଲି କୁହାଯାଉଛି । ପିଲାମାନଙ୍କ ପଢା ଘରୋଇ ଭାଷା, ମାତୃଭାଷା ବା ଆଞ୍ଚଳିକ ଭାଷାରେ ହେବା ଆବଶ୍ୟକ । ଏହି ଭାଷା, ଯାହାକୁ R1 କୁହାଯାଉଛି, ଆଦର୍ଶ ଭାବେ ମାତୃଭାଷା ହେବା ଆବଶ୍ୟକ । ୩ୟ ଶ୍ରେଣୀରୁ ୫ମ ପର୍ଯ୍ୟନ୍ତ ଛାତ୍ର R1 ରେ ଶିଖିବା ଜାରି ରଖିପାରିବେ ବା R1 ବ୍ୟତୀତ କୌଣସି ଅନ୍ୟ ମାଧ୍ୟମରେ ଶିକ୍ଷାର ବିକଳ୍ପ ଦିଆଯିବ । ନିଜ ସ୍କୁଲରେ ମାତୃଭାଷା-ଆଧାରିତ ଶିକ୍ଷାକୁ ନେଇ ବାଧ୍ୟତାମୂଳକ ହେବ ବୋଲି ସିବିଏସଇ ସଂକେତ ଦେଇଛି ।

ଏପର୍ଯ୍ୟନ୍ତ ନ୍ୟାସନାଲ ଏଜୁକେସନ ପଲିସି ୨୦୨୦ ଏବଂ ସ୍କୁଲ ଏଜୁକେସନ ୨୦୨୩ ଅନୁଯାୟୀ, ବୋର୍ଡ କେବଳ ଆଡଭାଇଜରୀ ସର୍କୁଲାରର ମାଧ୍ୟମରେ ହିଁ ଏହାର ଉପଯୋଗକୁ ପ୍ରୋତ୍ସାହିତ କରିଥିଲା । ମେ'୨୨ ରେ ଜାରି ହୋଇଥିବା ଏହି ସର୍କୁଲାରରେ କୁହାଯାଇଛି ଯେ, ମାତୃଭାଷାରେ ପଠପଢା ଜୁଲାଇରୁ ଆରମ୍ଭ ହୋଇପାରେ । ସିବିଏସଇ ଦେଶର ସବୁଠାରୁ ସ୍କୁଲ ବୋର୍ଡ, ଏଥିରେ ୩୦ ହଜାରରୁ ଅଧିକ ସ୍କୁଲ Affiliated ରହିଛି ।

ସୂଚନାଯୋଗ୍ୟ, ସିବିଏସଇ ଅନୁବନ୍ଧିତ ସ୍କୁଲରେ ଗଠନ ହେବ ସୁଗର ବୋର୍ଡ । ସୁଗର ବୋର୍ଡ ଗଠନ ନେଇ ସିବିଏସଇ ପକ୍ଷରୁ ଅନୁବନ୍ଧିତ ସ୍କୁଲର ସବୁ ପ୍ରିନ୍ସିପାଲଙ୍କୁ ଚିଠି ଲେଖି ଅବଗତ କରାଇଛି । ଛାତ୍ରଛାତ୍ରୀ ଦୈନିକ ସେବନ କରୁଥିବା ଶର୍କରା ଜାତୀୟ ଖାଦ୍ୟର ପରିମାଣ ଯାଞ୍ଚ ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ଏହି ବୋର୍ଡ । ଛାତ୍ରଛାତ୍ରୀଙ୍କୁ ଅତ୍ୟଧିକ ଶର୍କରାଯୁକ୍ତ ଖାଦ୍ୟର ହାନିକାରକ ଗୁଣ ସଂପର୍କରେ ସଚେତନ କରାଯିବ । ପ୍ରତିଦିନ କେତେ ପରିମାଣର ଶର୍କରାଜାତୀୟ ଖାଦ୍ୟ ଗ୍ରହଣ କରିବେ ତାକୁ ମଧ୍ୟ ଜଣାଇବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+