CBSEର ବଡ଼ ନିଷ୍ପତ୍ତି; ପ୍ରତିଟି ସ୍କୁଲରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ସ୍କୁଲଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ସୁରକ୍ଷା ବ୍ୟବସ୍ଥାକୁ ତ୍ୱରାନ୍ବିତ କରିବା ପାଇଁ ସିସିଟିଭି କ୍ୟାମେରା ସଂଯୋଗକୁ ବାଧ୍ୟତାମୂଳକ କରିଛି। ବୋର୍ଡ ପକ୍ଷରୁ ଏହାର ଆଫିଲିଏଶନ୍‌ ବାଇଲଜ୍‌-୨୦୧୮ରେ ଥିବା ଚାପ୍ଟର ୪ (ଫିଜିକାଲ ଇନ୍‌ଫ୍ରାଷ୍ଟ୍ରକ୍ଚର)ରେ ସଂଶୋଧନ ଅଣାଯାଇଛି। ସ୍କୁଲଗୁଡ଼ିକରେ ପିଲାଙ୍କ ନିରାପତ୍ତା ଓ ସୁରକ୍ଷା ସମ୍ପର୍କିତ ଏନ୍‌ସିପିସିଆର୍‌ ମାନୁଆଲ କ୍ଲଜ୍‌ ୧(୫) ଅନୁସାରେ ବିଦ୍ୟାଳୟଗୁଡ଼ିକରେ ସିସିଟିଭି ସଂଲଗ୍ନ ସହ ଏହାକୁ ନିୟମିତ ଭାବେ ପରିଚାଳନା ଓ ଅନୁଧ୍ୟାନ କରାଯିବ। ଏହି ଆଧାରରେ ସିବିଏସ୍‌ଇ ସମସ୍ତ ସହଅନୁବନ୍ଧିତ ସ୍କୁଲରେ ହାଇ-ରେଜୋଲ୍ୟୁଶନ୍‌ ସିସିଟିଭି କ୍ୟାମେରା ସଂଲଗ୍ନ କରିବାକୁ ନିର୍ଦ୍ଦେଶ ଦେଇଛି।

CCTV

ସିସିଟିଭି କ୍ୟାମେରାଗୁଡ଼ିକ ଜରିଆରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନର ରିଅଲ୍‌-ଟାଇମ୍‌ ଅଡିଓ-ଭିଜୁଆଲ ରେକର୍ଡିଂ ରହିବ। ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ଦ୍ୱାର, ଲବି ଓ କରିଡର, ଶିଡି, ଶ୍ରେଣୀଗୃହ, ଲାଇବ୍ରେରି, ଲାବରେଟୋରି, କ୍ୟାଣ୍ଟିନ୍‌, ଷ୍ଟୋର ରୁମ୍‌, ଖେଳପଡ଼ିଆ ଏବଂ ଅନ୍ୟ କମନ୍‌ ଏରିଆରେ ସିସିଟିଭି କ୍ୟାମେରା ରହିବା ଜରୁରୀ। ତେବେ ଟଏଲେଟ୍‌, ଓ୍ବାଶ୍‌ରୁମ୍‌ ଭଳି ସ୍ଥାନକୁ ଏଥିରୁ ବାଦ୍‌ ଦିଆଯାଇଛି। ପ୍ରତ୍ୟେକ ସିସିଟିଭି ସିଷ୍ଟମ୍‌ରେ ଅନୂ୍ୟନ ୧୫ ଦିନ ଧରି ଫୁଟେଜ୍‌ ମହଜୁଦ ରହିବା ଭଳି ସାମର୍ଥ୍ୟ ଥିବା ଜରୁରୀ, ଯାହାକୁ ଆବଶ୍ୟକ ସ୍ଥଳେ କର୍ତ୍ତୃପକ୍ଷ ଯାଞ୍ଚ କରିପାରିବେ। ଛାତ୍ରୀଛାତ୍ରଙ୍କ ସୁରକ୍ଷା ଓ ନିରାପତ୍ତାକୁ ସୁନିଶ୍ଚିତ କରିବା ପାଇଁ ପ୍ରତ୍ୟେକ ଆଫିଲିଏଟେଡ୍‌ ସ୍କୁଲ ଏହାକୁ କଡ଼ାକଡ଼ି ଭାବେ ପାଳନ କରିବେ ବୋଲି ବୋର୍ଡ ଗୁରୁତ୍ୱାରୋପ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+