CBSE ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ସୂଚନା ଜାରି, ୨୦୨୬ ଫେବ୍ରୁଆରୀ ୧୭ରୁ ପରୀକ୍ଷା CBSE to Hold Class 10, 12 Board Exams in
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ତାରିଖ ପ୍ରକାଶ କରିଛି। ପରୀକ୍ଷାଗୁଡ଼ିକ ୨୦୨୬ ଫେବ୍ରୁଆରି ୧୭ ରୁ ୧୫ ଜୁଲାଇ ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ଦ୍ଵାଦଶ ଶ୍ରେଣୀର ପ୍ରାକ୍ଟିକାଲ୍ ପରୀକ୍ଷା ଜାନୁଆରୀ ଓ ଫେବ୍ରୁଆରୀ ୨୦୨୬ରେ ହେବ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ୨୦୨୬ ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଡମିଟ୍ କାର୍ଡ ଜାରି କରାଯିବ । ୨୦୨୬ ଏପ୍ରିଲ୍ ୪ରେ ଦଶମ ଓ ମେ ୨୦ରେ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇପାରେ ।

ଏହା ପୂର୍ବରୁ CBSE ଦଶମ ବୋର୍ଡ ପରୀକ୍ଷା ପଦ୍ଧତିରେ ବଡ଼ ପରିବର୍ତ୍ତନ ନେଇ ଘୋଷଣା କରିଥିଲା । ଯେଉଁଥିରେ କୁହା ଯାଇଥିଲା, ଛାତ୍ରଛାତ୍ରୀମାନେ ବର୍ଷକୁ ଦୁଇଥର ପରୀକ୍ଷା ଦେବାର ସୁଯୋଗ ପାଇବେ । ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ କମ କରିବା ଏବଂ ସେମାନଙ୍କୁ ଆହୁରି ଭଲ ମାର୍କ ରଖିବା ପାଇଁ ଦ୍ୱିତୀୟ ସୁଯୋଗ ଦେବା । CBSE ପକ୍ଷରୁ ଦଶମ ଓ ଦ୍ଵାଦଶ ବୋର୍ଡ ପରୀକ୍ଷା ସହ ଦ୍ଵାଦଶ ଶ୍ରେଣୀ ଖେଳ ପରୀକ୍ଷା, ଦଶମ ଶ୍ରେଣୀ ଦ୍ଵିତୀୟ ବୋର୍ଡ ପରୀକ୍ଷା, ଦ୍ଵାଦଶ ଶ୍ରେଣୀ ସପ୍ଲିମେଣ୍ଟାରୀ ପରୀକ୍ଷା ସୂଚୀ ରହିଛି । ୨୦୨୬ ବର୍ଷରେ ପ୍ରାୟ ୪୫ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ CBSE ଆଶା ପ୍ରକାଶ କରିଛି ।
୨୦୪ଟି ବିଷୟରେ ପ୍ରାୟ ୪୫ ଲକ୍ଷ ଶିକ୍ଷାର୍ଥୀ ପରୀକ୍ଷା ଦେବେ । ଭାରତ ସହ ୨୬ଟି ଦେଶରେ ଏହି ପରୀକ୍ଷା ହେବ । ଲିଖିତ ସହ ପ୍ରାକ୍ଟିକାଲ୍, ଖାତାଦେଖା ଏବଂ ଫଳାଫଳ ପ୍ରକାଶନ ଆଦି ସମସ୍ତ ପ୍ରକ୍ରିୟାକୁ ସମୟରେ ସାରିବାକୁ CBSE ଗୁରୁତ୍ଵ ଦେଇଛି । CBSE ଅନୁସାରେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ହେବ । ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ରେ ସରିବ । ସେହିଭଳି ଦ୍ଵିତୀୟ ପର୍ଯ୍ୟାୟ ମେ୫ରୁ ୨୦ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ଵାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୭ରୁ ଏପ୍ରିଲ୍ ୪ ପର୍ଯ୍ୟନ୍ତ ହେବ ।
ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରତ୍ୟେକ ବିଷୟର ପରୀକ୍ଷାର ପ୍ରାୟ ୧୦ ଦିନ ପରେ ଉତ୍ତର ପତ୍ରିକାର ମୂଲ୍ୟାଙ୍କନ ଆରମ୍ଭ ହେବ ଏବଂ ୧୨ ଦିନ ମଧ୍ୟରେ ସମାପ୍ତ ହେବାର ଆଶା କରାଯାଉଛି। ଉଦାହରଣ ସ୍ୱରୂପ, ଯଦି ଦ୍ୱାଦଶ ଶ୍ରେଣୀ ପଦାର୍ଥ ବିଜ୍ଞାନ ପରୀକ୍ଷା ୨୦ ଫେବ୍ରୁଆରି, ୨୦୨୬ ରେ ଅନୁଷ୍ଠିତ ହେବ, ତେବେ ମୂଲ୍ୟାଙ୍କନ ୩ ମାର୍ଚ୍ଚରୁ ଆରମ୍ଭ ହୋଇ ୧୫ ମାର୍ଚ୍ଚ ସୁଦ୍ଧା ଶେଷ ହେବ।












Click it and Unblock the Notifications