CBSE ପିଲାଙ୍କ ପାଇଁ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ
CBSE ଦଶମ, ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ। ୨୦୨୬ ବୋର୍ଡ ପରୀକ୍ଷା ଯୋଗ୍ୟତା ହାସଲ କରିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଅଚାନକ ଯାଞ୍ଚ, ହେରଫେର ହୋଇଥିବା ରେକର୍ଡ ପାଇଁ ଶୂନ୍ୟ ସହନଶୀଳତା ଆପଣାଯିବ। ବିଶେଷକରି ଡମି ପରୀକ୍ଷାର୍ଥୀମାନଙ୍କୁ ରୋକିବା ପାଇଁ CBSE ଏହି କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏଥିରେ ହେରଫେର ହୋଇଥିବା ଜଣାପଡିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଆଫିଲେଟେଡ୍ ସ୍କୁଲଗୁଡ଼ିକରେ ଶୈକ୍ଷିକ ଶୃଙ୍ଖଳା ପାଇଁ ଏହି ପରାମର୍ଶ ଦିଆଯାଇଛି।

ବୋର୍ଡ ଏହା ମଧ୍ୟ କହିଛି ଯେ, ମେଡିକାଲ ଇମରଜେନ୍ସି ସ୍ଥିତି, ଜାତୀୟ ବା ଅନ୍ତର୍ଜାତୀୟ ଖେଳ ଆୟୋଜନରେ ଅଂଶଗ୍ରହଣ ଏବଂ ଅନ୍ୟ ଗମ୍ଭୀର କାରଣରୁ ୨୫ ପ୍ରତିଶତର ହ୍ରାସ କରାଯାଇଛି। ଏଥିରେ ଛାତ୍ରମାନଙ୍କର ଦରଖାସ୍ତ ଦେଖାଯିବ। ନୋଟିସରେ ଏହା ମଧ୍ୟ କୁହାଯାଇଛି ଯେ, ବୋର୍ଡର ପରୀକ୍ଷା ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ଏବଂ ଛାତ୍ରଛାତ୍ରୀଙ୍କ ବିକାଶ ପାଇଁ ରେଗୁଲାର ଆଟେଡାନ୍ସ ଆବଶ୍ୟକ।












Click it and Unblock the Notifications