ଛାତ୍ରଛାତ୍ରୀଙ୍କ ପାଇଁ ସିବିଏସଇର ବଡ଼ ପଦକ୍ଷେପ, ସ୍କୁଲରେ ଗଠନ ହେବ ସୁଗାର ବୋର୍ଡ
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବୋର୍ଡ ସ୍କୁଲଗୁଡ଼ିକ ପାଇଁ ଏକ ସର୍କୁଲାର ଜାରି କରିଛି, ଯାହା ଅନୁଯାୟୀ ମିଠା ଖାଇବା ଦ୍ୱାରା ହେଉଥିବା କ୍ଷତି ବିଷୟରେ ପିଲାମାନଙ୍କୁ ସଚେତନ କରିବା ପାଇଁ ଏକ 'ସୁଗାର ବୋର୍ଡ' ଗଠନ କରିବାକୁ ପରାମର୍ଶ ଦିଆଯାଇଛି। CBSEର ଏହି ନୂତନ ପଦକ୍ଷେପର ଲକ୍ଷ୍ୟ ହେଉଛି ପିଲାମାନଙ୍କୁ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ କରିବା।
ସିବିଏସଇ କହିଛି ଯେ, ଗତ ଦଶନ୍ଧିରେ ପିଲାମାନଙ୍କ ମଧ୍ୟରେ ଟାଇପ-୨ ମହୁମେହ ମାମଲାରେ ଦ୍ରୁତଗତିରେ ବୃଦ୍ଧି ଦେଖିବାକୁ ମିଳିଛି। ଯାହା ପୂର୍ବରୁ ବୟସ୍କମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା। ସିବିଏସଇ ର ଏହି ନିର୍ଦ୍ଦେଶରେ ଦିଲ୍ଲୀ ଏମ୍ସର ଡାକ୍ତର ନିଜ ପ୍ରତିକ୍ରିୟା ଦେଇଛନ୍ତି। ସିବିଏସଇ ଦ୍ୱାରା ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀମାନେ ଡାଇବେଟିସର ବୃଦ୍ଧି ସମସ୍ୟାକୁ ରୋକିବା ଲାଗି ସୁଗାର ବୋର୍ଡ ଲଗାଇବାର ନିର୍ଦ୍ଦେଶ ଦିଆଯାଇଛି।

ଏ ନେଇ ଏମ୍ସର ପ୍ରଫେସର ଏବଂ ପ୍ରଭାରୀ ଡା. ରୀମା ଦାଦା କହିଛନ୍ତି ଯେ, ଏହା ଖୁବ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ବିଗତ ବର୍ଷଗୁଡ଼ିକରେ ଦେଖିବାକୁ ମିଳିଛି ଯେ, ୧୦ ବର୍ଷର ପିଲାମାନଙ୍କୁ ହାଇ ବ୍ଲଡ ପ୍ରେସର ଏବଂ ଡାଇବେଟିସର ସମସ୍ୟା ଦେଖିବାକୁ ମିଳିଛି ଏବଂ ଏହା ତାଙ୍କର ଅନହେଲଦୀ ଡାଏଟର କାରଣ ହୋଇପାରେ।












Click it and Unblock the Notifications