ପ୍ରକାଶ ପାଇଲା CTET ପରୀକ୍ଷା ଫଳାଫଳ, ଏପରି କରନ୍ତୁ ଚେକ୍
CTET Result: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ବା CBSE 9 ଜାନୁଆରୀ 2025 ରେ ଡିସେମ୍ବର 2024 ରେ ଅନୁଷ୍ଠିତ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା CTET ର ରେଜଲ୍ଟ ପ୍ରକାଶକରିଛି । ପରୀକ୍ଷାର୍ଥୀମାନେ ବର୍ତ୍ତମାନ CTETର ଅଫିସିଆଲ୍ ୱେବସାଇଟ୍ ନିଜ ctet.nic.in ରେ ନିଜର ଫଳାଫଳ ଚେକ୍ କରିପାରିବେ ।
ପ୍ରତିବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦୁଇଥର CTET ପରୀକ୍ଷା ପରିଚାଳନା କରେ। ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ଅଂଶଗ୍ରହଣ କରନ୍ତି। ଏହି ବର୍ଷ ମଧ୍ୟ ଲକ୍ଷ ଲକ୍ଷ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଡିସେମ୍ବର ମାସରେ CTET ପରୀକ୍ଷା ଦୁଇଟି ପତ୍ର ପାଇଁ କରାଯାଇଥିଲା। ପ୍ରଥମେ ସକାଳ ୯.୩୦ ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ସିଫ୍ଟରେ ଅପରାହ୍ନ ୨.୩୦ ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍ୟ ଏକ ପେପର ଅନୁଷ୍ଠିତ ହୋଇଥିଲା।

ପରୀକ୍ଷାରେ ପାସ୍ କରିବା ପାଇଁ ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଅତି କମରେ 60% ନମ୍ବର ରଖିବା ପାଇଁ ପଡିବ । ପ୍ରାର୍ଥୀମାନଙ୍କୁ 150 ରୁ ଅତି କମରେ 90 ମାର୍କ ରଖିବାକୁ ପଡିବ। ସଂରକ୍ଷିତ ବର୍ଗ ପ୍ରାର୍ଥୀମାନଙ୍କୁ ୧୫୦ ରୁ ଅତି କମରେ ୮୨ ନମ୍ବର ପାଇବାକୁ ପଡିବ।
ରେଜଲ୍ଟ ଯାଞ୍ଚ କରିବା ପାଇଁ, ପ୍ରାର୍ଥୀମାନେ ପ୍ରଥମେ CTET ର ଅଫିସିଆଲ୍ ୱେବସାଇଟ୍, ctet.nic.in ଓପନ୍ କରିବା ଉଚିତ୍ ।
ଏହା ପରେ ପ୍ରାର୍ଥୀମାନେ ହୋମପେଜରେ "CTET ଫଳାଫଳ ୨୦୨୪" ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।
ପ୍ରାର୍ଥୀମାନେ ଏହା ପରେ ନିଜ ରୋଲ୍ ନମ୍ବର ଏବଂ ଜନ୍ମ ତାରିଖ ଦେଇ ଏଣ୍ଟ୍ରୀ କିର ପାରିବେ ।
ଏବେ ପ୍ରାର୍ଥୀ ନିଜ ରେଜଲ୍ଟ ଚେକ୍ କରି ପାରିବେ ଏବଂ ପ୍ରିଣ୍ଟଆଉଟ୍ ବାହାର କରି ପାରିବେ ।












Click it and Unblock the Notifications