CBSE'ର ବଡ଼ କାର୍ଯ୍ୟାନୁଷ୍ଠାନ, ରଦ୍ଦ ହେଲା ୨୦ ସ୍କୁଲ
CBSE School: ଦେଶର ୨୦ ସ୍କୁର ଉପରେ CBSE'ର ବଡ଼ କାର୍ଯ୍ୟାନୁଷ୍ଠାନ । ୨୦ଟି ସ୍କୁର ମାନ୍ୟତା ହେଲା ରଦ୍ଦ କରାଯାଇଥିବା ବେଳେ ୩ଟି ସ୍କୁଲକୁ ଡାଉନଗ୍ରେଡ୍ କରାଯାଇଛି । ଅଭିଯୋଗ ହୋଇଛି ଯେ, ଡମି ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଚାଲୁଥିଲା । ହଠାତ୍ ଚଢାଉ ବେଳେ ଏହି ଅନିୟମିତତା ଧରାପଡିଥିଲା । ଖାସ କଥା ହେଲା ଯେ, ଏହି ତାଲିକାର ଓଡ଼ିଶାର କୌଣସି ମଧ୍ୟ ସ୍କୁଲର ନାଁ ନାହିଁ ।
ସୂଚନା ଅନୁସାରେ, ଏହି ୨୦ଟି ସ୍କୁଲରେ ନକଲି ଛାତ୍ରଛାତ୍ରୀଙ୍କ ନାଁ ଲେଖାଯାଇଥିବା ଅଭିଯୋଗ ହୋଇଛି । ଏହାସହ ଅଯୋଗ୍ୟ ଶିକ୍ଷକଶିକ୍ଷୟତ୍ରୀ ନିଯୁକ୍ତି ଏବଂ ରେକର୍ଡରେ ସଠିକ୍ ଭାବେ ଡାଟା ପରିଚାଳିତ ହେଉ ନଥିଲା । ଯାଞ୍ଚ କରାଯିବା ପରେ ୨୦ଟି ସ୍କୁଲର ମାନ୍ୟତା ରଦ୍ଦ କରାଯିବା ସହ ୩ଟି ସ୍କୁଲକୁ ଡାଉନଗ୍ରେଡ୍ କରାଯାଇଛି । ତେବେ ଦିଲ୍ଲୀର ୫ଟି ସ୍କୁଲ, ଛତିଶଗଡ଼, ଆସାମ, ପଞ୍ଜାବ, ଉତ୍ତରପ୍ରେଦଶ, କେରଳର କିଛି ବିଦ୍ୟାଳୟକୁ ରଦ୍ଦ କରାଯାଇଛି ।

ରାଜଧାନୀ ଦିଲ୍ଲୀର ସିଦ୍ଧାର୍ଥ ପବ୍ଲିକ୍ ସ୍କୁଲ୍, ଭାରତ ମାତା ସରସ୍ୱତୀ ବାଲ ମନ୍ଦିର, ନ୍ୟାସନାଲ ପବ୍ଲିକ୍ ସ୍କୁଲ୍, ଚାନ୍ଦ ରାମ ପବ୍ଲିତ୍ ସିନିୟର ସେକେଣ୍ତାରୀ ସ୍କୁଲ, ମାରିଗୋଲ୍ଡ ପବ୍ଲିତ୍ ସ୍କୁଲର ମାନ୍ୟତା ରଦ୍ଧ କରାଯାଇଥିବା ନେଇ ସୂଚନା ରହିଛି ।












Click it and Unblock the Notifications