ଫେବୃଆରୀ ୧୫ରୁ ସିବିଏସ୍ଇ ବୋର୍ଡ ପରୀକ୍ଷା
CBSE Data Sheet 2024: ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ସିବିଏସଇ ୧୦ମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା । ଏନେଇ ଆଜି ସିବିଏସଇ ପକ୍ଷରୁ ଡାଟା ସିଟ୍ ବା ପରୀକ୍ଷା ସୂଚୀ ଜାରି କରାଯାଇଛି । ଏଥର ବୋର୍ଡ ପରୀକ୍ଷା ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଛାତ୍ରମାନେ ଅଫିସିଆଲ୍ ସାଇଟ୍ ପରିଦର୍ଶନ କରି ତାରିଖ ସିଟ୍ ଡାଉନଲୋଡ୍ କରିପାରିବେ ।
ତେବେ ପ୍ରଥମ ଦିନ ପରୀକ୍ଷା ୨ଟି ସେସନ୍ସରେ କରାଯିବ । ପ୍ରଥମ ପରୀକ୍ଷା ୧୦.୩୦ ରୁ ୧୨.୩୦ ଏବଂ ଦ୍ୱିତୀୟ ସେସନ୍ସ ୧୦.୩୦ରୁ ୧.୩୦ ପର୍ଯ୍ୟନ୍ତ ହେବ । ସିବିଏସଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ଚାଲିୂ । ସେହିପରି 10th ବୋର୍ଡ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ରେ ଶେଷ ହେବା ନେଇ ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ସନୟାମ ଭରଦ୍ୱାଜ ।

ଛାତ୍ରମାନେ cbse.gov.in ଏବଂ cbse.nic.in ୱେବସାଇଟ୍ ଭିସିଟ୍ କରି ପରୀକ୍ଷାରେ ଡାଟା ସିଟ୍ ବା ପରୀକ୍ଷା ସୂଚୀ ପାଇପାରିବେ ଏବଂ ଡାଉନଲୋଡ ମଧ୍ୟ କରିପାରିବେ । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଫେବୃଆରୀ ୧୫,୧୬,୧୭,୧୯,୨୦,୨୧,୨୨,୨୩,୨୪,୨୮,୨୯, ଏବଂ ମାର୍ଚ୍ଚ ୧,୪,୫,୬,୭,୯,୧୧,୧୨,୧୩,୧୪,୧୫,୧୬,୧୮,୧୯,୨୦,୨୨,୨୩,୨୬,୨୭,୨୮,୩୦, ଏପ୍ରିଲ ୧ ଓ ୨ ତାରିଖରେ ହେବ । ସେହିପରି ଦଶମ ଶ୍ରେଣୀ ପରୀକ୍ଷା ଫେବୃଆରୀ ୧୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।












Click it and Unblock the Notifications