Get Updates
Get notified of breaking news, exclusive insights, and must-see stories!

Odisha: ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା

ଆଜିଠୁ ସିବିଏସ୍ଇ ଦଶମ ଓ ଦ୍ଵାଦଶ ପରୀକ୍ଷା । ଦିନ ସାଢ଼େ ୧୦ଟାରୁ ଅପରାହ୍ଣ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ଏଥିପାଇଁ ସରିଛି ସମସ୍ତ ପ୍ରସ୍ତୁତି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ- ସିବିଏସ୍ଇ ୨୦୨୫ ପାଇଁ ଦଶମ ଓ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି ।

ଚଳିତ ବର୍ଷ ଭାରତ ଓ ବିଦେଶର ୨୬ଟି ଦେଶର ୭ ହଜାର ୮୪୨ଟି କେନ୍ଦ୍ରରେ ପାଖାପାଖି ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପରୀକ୍ଷାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସିବିଏସ୍ଇ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ସୁପରିଚାଳନା ପାଇଁ ସିବିଏସଇର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଲାଇଭ୍ ୱେବକାଷ୍ଟ ବ୍ୟବସ୍ଥା କରାଯାଇଛି ।

CBSE Board Exam 2025

ଏଥିରେ କେନ୍ଦ୍ର ଅଧୀକ୍ଷକ, ଉପକେନ୍ଦ୍ର ଅଧୀକ୍ଷକ, ସହକାରୀ ଅଧୀକ୍ଷକ, ନଗର ସଂଯୋଜକ ଓ ପର୍ଯ୍ୟବେକ୍ଷକଙ୍କ ପାଇଁ ମାର୍ଗଦର୍ଶିକା ପ୍ରଦାନ କରାଯାଇଥିଲା । ଏଥିରେ ମୂଲ୍ୟାୟନ ପ୍ରୋଟୋକଲ ଏବଂ ସମ୍ପୃକ୍ତ ସମସ୍ତ ଅଧିକାରୀଙ୍କ ଦାୟିତ୍ୱ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି । ଆଜି ପ୍ରଥମ ଦିନରେ ଇଂରାଜୀ (ଯୋଗାଯୋଗ) ଓ ଇଂରାଜୀ (ଭାଷା ଓ ସାହିତ୍ୟ) ପରୀକ୍ଷା ରହିଛି । ଉତ୍ତମ ପ୍ରସ୍ତୁତି ପାଇଁ ବୋର୍ଡ ଉଭୟ ଶ୍ରେଣୀ ପରୀକ୍ଷା ମଧ୍ୟରେ ପର୍ଯ୍ୟାପ୍ତ ବ୍ୟବଧାନ ସୁନିଶ୍ଚିତ କରିଛି । ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ମାର୍ଚ୍ଚ ୧୮ରେ ଶେଷ ହେବାକୁ ଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ ୪ ତାରିଖରେ ସରିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+