ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ, ପାସ୍ ହାର ୮୭.୯୮ ପ୍ରତିଶତ
CBSE Result 2024: ପ୍ରକାଶ ପାଇଲା CBSE ଦ୍ୱାଦଶ ପରୀକ୍ଷା ରେଜଲ୍ଟ । ୮୭.୯୮ ପରୀକ୍ଷାର୍ଥୀ ପାସ୍ କରିଛନ୍ତି । ସେହିପରି ୨୪ ହଜାର ପରୀକ୍ଷାର୍ଥୀ ୯୫ ପ୍ରତିଶତରୁ ଅଧିକ ନମ୍ବର ରଖିଥିବା ବେଳେ ୧ ଲକ୍ଷ ୧୬ ହଜାର ପରୀକ୍ଷାର୍ଥୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ।

ଚଳିତବର୍ଷ ଆଗରେ ରହିଛନ୍ତି ଛତ୍ରୀ । ଛାତ୍ରଙ୍କ ପାସ ହାର ଅପେକ୍ଷା ଛାତ୍ରୀଙ୍କ ପାସ ହାର ଅଧିକ ୬.୪୦ ପ୍ରତିଶତ ଅଧିକ ରହିଛି । ଛାତ୍ରୀଙ୍କ ପାସ୍ ହାର ମୋଟ୍ ୯୧.୫୨% ରହିଥିବା ବେଳେ ଛାତ୍ରଙ୍କ ପାସ ସ ହାର ୮୫.୧୨ ପ୍ରତିଶତ ରହିଛି । ସେହିପରି ୧୨%ରୁ ଅଧିକ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇପାରି ନାହାଁନ୍ତି ।
Central Board of Secondary Education (CBSE) declares Class XII results. pic.twitter.com/SUE91bqGOB
— ANI (@ANI) May 13, 2024
ସେହିପରି ୫୦.୦୦ ପ୍ରତିଶତ ଟ୍ରାନ୍ସଜେଣ୍ତର ଏଥର ସିବିଏସସି ଦ୍ୱାଦଶ ପରୀକ୍ଷାରେ ପାସ୍ କରିଛନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୦.୬୫ପ୍ରତିଶତ ଅଧିକ ରହିଛି ପାସ୍ ହାର । ପରୀକ୍ଷା ଦେଇଥିବା ସମସ୍ତ ଛାତ୍ରଛାତ୍ରୀ cbseresults.nic.in ବା cbse.gov.in ୱେବସାଇଟରେ ନିଜ ପରୀକ୍ଷୀ ଫଳାଫଳ ଯାଞ୍ଚ କରିପାରିବେ । କରେଳର ତ୍ରିଭେନ୍ଦ୍ରମରେ ପାସ ହାର ସର୍ବାଧିକ ୯୯.୯୧ ପ୍ରତିଶତ ରହିଛି । ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ୯୯.୦୪ ଏବଂ ତୃତୀୟ ସ୍ଥାନରେ ଚେନ୍ନାଇ ରହିଛି ଯେଉଁଠି ୯୮.୪୭ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।
ଦେଶର ରାଜଧାନୀ ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ପାସ୍ ହାର ୯୫.୬୪ ପ୍ରତିଶତ ରହିଥିବା ବେଳେ ବେଙ୍ଗାଲୁରୁରେ ପାସ୍ ହାର ୯୬.୯୫ ପ୍ରତିଶତ ରହିଛି












Click it and Unblock the Notifications