ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ
CBSE Result 2024: ପ୍ରକାଶ ପାଇଲା CBSE ଦଶମ ପରୀକ୍ଷା ଫଳାଫଳ । ଏଥର ପାସ୍ ହାର ୯୩.୬୦% ରହିଛି, ଯାହା ଗତ ବର୍ଷ ତୁଳନା ୦.୪୮% ଅଧିକ । CBSE https://cbseresults.nic.in ଯାଇ ଛାତ୍ରଛାତ୍ରୀ ନିଜ ପରୀକ୍ଷା ରେଜଲ୍ଟ ଯାଞ୍ଚ୍ କରିପାରିବେ ।
ସୂଚନାଅନୁସାରେ, ସିବିଏସସି ଦଶମ ଫଳାଫଳରେ ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ । ୯୪.୭୫% ଝିଅ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ୯୨.୭୧% ରହିଛି । ସେହିପରି ୯୧.୩୦ପ୍ରତିଶତ ଟ୍ରାନ୍ସଜେଣ୍ତରଙ୍କ ରେଜଲ୍ଟ ୯୧.୩୦% ରହିଛି । ଦ୍ୱାଦଶ ପରି ସିବିଏସଇ ଦଶମ ପରୀକ୍ଷାରେ ମଧ୍ୟ କେରଳରେ ପାସ୍ ହାର ଅଧିକ ରହିଛି । କେରଳର ତ୍ରିଭେନ୍ଦ୍ରମରେ ୯୯.୭୫ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେହିପରି ଦ୍ୱିତୀୟ ସ୍ଥାନରେ ବିଜୟୱାଡା ଦ୍ୱିତୀୟ ସ୍ଥାନରେ ରହିଛି, ଏଠାରେ ୯୯.୬୦ ପ୍ରତିଶତ ଅଛି ।













Click it and Unblock the Notifications