ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ ; ୮୮.୩୯% ଛାତ୍ରଛାତ୍ରୀ ପାସ୍
ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ । ଦ୍ବାଦଶରେ ୮୮.୩୯% ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଭୁବନେଶ୍ବରରେ ପାସ୍ହାର ରହିଛି ୮୩.୬୪% । ଦେଶରେ ଛାତ୍ରୀଙ୍କ ପାସ୍ହାର ୯୧.୬୪%, ଛାତ୍ରଙ୍କ ପାସ୍ହାର ୮୫.୭୦% । JNV- ୯୯.୨୯%, KV-୯୯.୦୫%, STSS-୯୮.୯୬% ପାସ୍ ।

ପିଲାମାନେ ସେମାନଙ୍କର ରୋଲ୍ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିମ୍ନଲିଖିତ ଲିଙ୍କରେ ଚେକ୍ କରିପାରିବେ ।
- cbse.gov.in
- cbseresults.nic.in
- results.cbse.gov.in
ଚଳିତବର୍ଷ ସିବିଏସଇ ପରୀକ୍ଷା ୪୨ ଲକ୍ଷରୁ ଅଧିକ ଛାତ୍ର ଦେଇଛନ୍ତି । ଏଥିରେ ୨୪.୧୨ ଲକ୍ଷ ୧୦ମ ପରୀକ୍ଷା ଏବଂ ୧୨ଶ ୧୭.୮୮ ଲକ୍ଷ ଛାତ୍ରଛାତ୍ରୀ ଦେଇଛନ୍ତି । ସିବିଏସ୍ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫେବ୍ରୁଆରୀ ୧୫ରୁ ଆରମ୍ଭ ହୋଇ ଏପ୍ରିଲ୍ ୪ରେ ଶେଷ ହୋଇଥିଲା ।
ସୂଚନାଯୋଗ୍ୟ, ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପରେ ହେବାକୁ ଥିବା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଅଧିକ ପାରଦର୍ଶିତା ଏବଂ ଆତ୍ମନିର୍ଭରତା କରିବା ପାଇଁ ମୂଳ ଲକ୍ଷ୍ୟ । ଏବେ ପିଲାମାନେ ପରୀକ୍ଷାର୍ଥୀ ନିଜର ଉତ୍ତର ପୁସ୍ତିକାର ଫଟୋକପି ଦେଖିପାରିବେ, ଏହାପରେ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
ପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରଥମେ ମାର୍କ ପାଇବା ପାଇଁ ଆବେଦନ କରୁଥିଲେ । ଏହାପରେ ଫଟୋକପି ମିଳିବା ପରେ ରିଚେକିଂ ପାଇଁ ଆବେଦନ କରୁଥିଲେ । କିନ୍ତୁ ଏବେ ଛାତ୍ରଛାତ୍ରୀମାନେ ନିଜର ଉତ୍ତରପୁସ୍ତିକା ଜରିଆରେ କେତେ ମାର୍କ ପାଇଛନ୍ତି, ଆଉ କେତେ କଟିଛି, ଜାଣିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ । ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ଉଚିତ ନିର୍ଣ୍ଣୟ ନେବାରେ ସହାୟତା ହେବ ।












Click it and Unblock the Notifications