ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ; ପାସ ହାର ୯୩.୬୬ ପ୍ରତିଶତ
ପ୍ରକାଶ ପାଇଛି CBSE ଦଶମ ରେଜଲ୍ଟ । ଏଥିରେ ପାସ ହାର ୯୩.୬୬ ପ୍ରତିଶତ ରହିଛି ।
CBSE ୱେବସାଇଟରେ ଛାତ୍ରୀଛାତ୍ରମାନେ ରେଜଲ୍ଟ ପାଇପାରିବେ । ସୂଚନାଯୋଗ୍ୟ, ଏଥର CBSE ଦଶମରେ ୨୪ ଲକ୍ଷ ୧୨ ହଜାର ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ।
ଚଳିତ ବର୍ଷ ପାସ ହାର ୯୩.୬୬ ପ୍ରତିଶତ ରହିଛି। CBSE ୱେବସାଇଟରେ ରେଜଲ୍ଟ ଉପଲବ୍ଧ ବୋଲି କୁହାଯାଇଛି । ଛାତ୍ରଙ୍କ ତୁଳନାରେ ଏଥର ଛାତ୍ରୀଙ୍କ ପାସ ହାର ଅଧିକ। ଭୁବନେଶ୍ବର ଜୋନରେ ଚଳିତ ବର୍ଷ ପାସ ହାର ୯୨.୬୪% ରହିଛି ।
ଏଥର ଭୁବନେଶ୍ବର ଜୋନରେ ପାସ ହାର ୯୨.୬୪% ରହିଥିବା ବେଳେ ସଫଳତାରେ ତ୍ରିଭେନ୍ଦ୍ରମ ଆଗରେ ରହିଛି। ପାସ ହାର ୯୯.୭୯%। ବିଜୟୱାଡା ପାସ ହାର ୯୯.୭୯%, ବେଙ୍ଗାଳୁରୁ ପାସ ହାର ୯୮.୯୦% ରହିଛି ।

ପିଲାମାନେ ସେମାନଙ୍କର ରୋଲ୍ ନମ୍ବର, ଜନ୍ମ ତାରିଖ ପ୍ରଦାନ କରି ରେଜଲ୍ଟ ଦେଖିପାରିବେ । ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ ନିମ୍ନଲିଖିତ ଲିଙ୍କରେ ଚେକ୍ କରିପାରିବେ ।
cbse.gov.in
cbseresults.nic.in
results.cbse.gov.in
ଚଳିତବର୍ଷ ସିବିଏସଇ ପରୀକ୍ଷା ୪୨ ଲକ୍ଷରୁ ଅଧିକ ଛାତ୍ର ଦେଇଛନ୍ତି । ଏଥିରେ ୨୪.୧୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସିବିଏସ୍ଇ ଦଶମ ପରୀକ୍ଷା ଗତ ଫେବ୍ରୁଆରୀ ୧୫ରୁ ମାର୍ଚ୍ଚ ୧ ଯାଏ ହୋଇଥିଲା ।
ସୂଚନାଯୋଗ୍ୟ, ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ପରେ ହେବାକୁ ଥିବା ପୁନଃମୂଲ୍ୟାଙ୍କନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ କରିଛି । ଏହି ପରିବର୍ତ୍ତନ ଛାତ୍ରଛାତ୍ରୀଙ୍କ ଅଧିକ ପାରଦର୍ଶିତା ଏବଂ ଆତ୍ମନିର୍ଭରତା କରିବା ପାଇଁ ମୂଳ ଲକ୍ଷ୍ୟ । ଏବେ ପିଲାମାନେ ପରୀକ୍ଷାର୍ଥୀ ନିଜର ଉତ୍ତର ପୁସ୍ତିକାର ଫଟୋକପି ଦେଖିପାରିବେ, ଏହାପରେ ପୁନଃ-ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।
ନୂଆ ପ୍ରଣାଳୀ ପାଇଁ ଛାତ୍ରଛାତ୍ରୀ ପ୍ରଥମେ ସିବିଏସଇ ଠାରୁ ନିଜର ଉତ୍ତର ପୁସ୍ତିକାର ଫଟୋକପି ଆଣିବାକୁ ହେବ । ଏହାପରେ କେଉଁ ଉତ୍ତରରେ କେତେ ମାର୍କ ମିଳିଛି, ଆଉ କେଉଁ ପ୍ରଶ୍ନରେ କେତେ କଟିଛି, ତାହା ଦେଖିବା ପରେ ପୁଣି ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିପାରିବେ ।












Click it and Unblock the Notifications