Get Updates
Get notified of breaking news, exclusive insights, and must-see stories!

ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

କୋଲକାତା ଆର ଜି କର ମେଡିକାଲ କଲେଜରେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ଆଜି ଦିନ ୧୦ଟା ୩୦ରେ ଏହି ମାମଲାର ଶୁଣାଣି ହେବ। ଏହା ପୂର୍ବରୁ ଡାକ୍ତରଙ୍କୁ ହତ୍ୟା ଦୁଷ୍କର୍ମ ଘଟଣା ଓ ୧୫ ତାରିଖରେ ମେଡିକଲାରେ ଭଙ୍ଗାରୁଜା ଘଟଣାରେ ଆଜି ସୁପ୍ରିମକୋର୍ଟଙ୍କ ନିକଟରେ ଷ୍ଟାଟସ ରିପୋର୍ଟ ଦାଖଲ ସିବିଆଇ ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର।

ତଦନ୍ତକାରୀ ସଂସ୍ଥା ଓ ପଶ୍ଚିମବଙ୍ଗ ସରକାର ଆଜି ଅର୍ଥାତ ୨୨ ତାରିଖରେ ସେମାନଙ୍କର ଭିନ୍ନ ଭିନ୍ନ ତଦନ୍ତର ଅଗ୍ରଗତି ନେଇ ଷ୍ଟାଟସ ରିପୋର୍ଟ ପ୍ରଦାନ କରିବେ। ସିବିଆଇ ସିଲଡ ଲଫାଫାରେ ତଦନ୍ତର ଅଗ୍ରଗତି ରିପୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନିକଟରେ ପ୍ରଦାନ କରିବ। ରିପୋର୍ଟରେ ମୁଖ୍ୟତଃ ତଦନ୍ତର ବର୍ତ୍ତମାନର ସ୍ଥିତି, ପଲିଗ୍ରାଫ୍ ଟେଷ୍ଟ ଓ ଅନ୍ୟ ସାଇଣ୍ଟିଫିକ୍ ଅନୁସନ୍ଧାନର ତଥ୍ୟ, ତଦନ୍ତର ଦିଗ, ଭବିଷ୍ୟତର ପଦକ୍ଷେପ ଆଦି ସମ୍ପର୍କରେ ସ୍ପଷ୍ଟ କରିବ ସିବିଆଇ।

Kolkata rape-murder

ଏପଟେ ରକ୍ତ ଲଗା ଆପ୍ରୋନରେ ଜଷ୍ଟିସ୍ ଫର ଅଭୟା ଲେଖା, ଫଟୋ ପାଖରେ ରାକ୍ଷୀ ଥୋଇ ତାଙ୍କୁ ନ୍ୟାୟ ଦେବାକୁ କାହିଁ କେତେ ଭାଇ ଭଉଣୀ କରୁଛନ୍ତି ସଂକଳ୍ପ । ୧୩ ଦିନ ଧରି ପୈଶାଚିକ କାଣ୍ଡ ଘଟିଥିବା ଆର୍.ଜି.କର ହସ୍ପିଟାଲ ସାମ୍ନାରେ ଆନ୍ଦୋଳନରେ ବସି ନିଜ ସହପାଠୀ, ନିଜ ସିନିୟରର ମୃତ୍ୟୁର ବଦଲା ଚାହୁଁଛନ୍ତି, ଅଭିଯୁକ୍ତକୁ କଠୋରରୁ କଠୋର ଦଣ୍ଡ ଦାବି କରିଆସୁଛନ୍ତି ଡାକ୍ତରୀ ଛାତ୍ରଛାତ୍ରୀ।ଅନ୍ୟପଟେ ସମୟ ଯେତେ ବଢୁଛି, ଲୋକଙ୍କ ଭିତରେ କୋଲକାତା ପୋଲିସ ଓ ମମତା ସରକାରଙ୍କ ବିରୋଧରେ ଆକ୍ରୋଶ ସେତେ ବଢିବାରେ ଲାଗିଛି। ଏପଟେ ସୁପ୍ରିମକୋର୍ଟରୁ କଡ଼ା ଭର୍ତ୍ସନା ପରେ ତରବରିଆ ଭାବେ ଆଜି ଆର.ଜି. କର୍ ମେଡିକାଲ କଲେଜରେ ଫୋର୍ସକୁ ବଢ଼େଇଛି କୋଲକାତା ପୁଲିସ। ହେଲେ ସେପଟେ କିନ୍ତୁ ସୁରକ୍ଷା ଦାୟିତ୍ୱ ହାତକୁ ନେବା ପୂର୍ବରୁ CISF ଡିଜି ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି।

ସିବିଆଇ ଡାକ୍ତରଖାନା ଯାଇ ସମସ୍ତ ଫୋରେନସିକ ଯାଞ୍ଚ କରି ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା। ଏହି ଘଟଣା ପୂର୍ବରୁ ଏବଂ ପରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଗତିବିଧି ଲକ୍ଷ୍ୟ କରିବା ସହ ଡାକ୍ତରଖାନାର ସିସିଟିଭି ଫୁଟେଜ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+