ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ସମୀର ୱାଙ୍ଖେଡେଙ୍କ ନାଁରେ ସିବିଆଇ ମାମଲା

ନୂଆଦିଲ୍ଲୀ: ବଲିଉଡ କିଙ୍ଗ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ଆଇଆରଏସ ଅଧିକାରୀ ସମୀର ୱଙ୍ଖଡେଙ୍କ ଅଡୁଆ ବଢିବାରେ ଲାଗିଛି । ସିବିଆଇ ଦୁର୍ନୀତି ମାମଲା ରୁଜୁ କରି ତାଙ୍କ ଘରେ ଚଢାଉ କରିଛି ।

ଏନସିବି ମୁଖ୍ୟ ଥିବା ସମୀର ୱଙ୍ଖେଡେ ଅଭିନେତା ଶାହରୁଖ ଖାନଙ୍କ ପୁଅଙ୍କ ବିରୋଧରେ ଡ୍ରଗ୍ସ ମାମଲାର ଯାଞ୍ଚ କରିଥିଲେ। ହେଲେ ପରବର୍ତ୍ତି ସମୟରେ କୋର୍ଟ ଆର୍ଯ୍ୟନଙ୍କୁ ଜାମିନ ପ୍ରଦାନ କରି ଡ୍ରଗ୍ସ ମାମଲା କ୍ଲୋଜ୍ କରିଥିଲେ । ସିବିଆଇ ମୁମ୍ବାଇ, ଦିଲ୍ଲୀ ରାଞ୍ଚି ଏବଂ କାନପୁର ସମେତ 29 ଟି ସ୍ଥାନରେ ଚଢାଉ କରିଛି । ତେବେ ସମୀରଙ୍କ ସମେତ ୩ ଜଣ ସରକାରୀ ଅଧିକାରୀଙ୍କ ନାଁରେ ଦୁର୍ନୀତି ମାମଲା ରୁଜୁ ହୋଇଛି ।

Sameer Wankhede

ସିବିଆଇ ଦେଇଥିବା ସୂଚନା ଅନୁସାରେ, ଅକ୍ଟୋବର 2021ରେ ମୁମ୍ବାଇ ଅଞ୍ଚଳରେ ଏକ ଘରୋଇ କ୍ରୁଜ୍ ଜାହାଜରେ ନିଶା ଦ୍ରବ୍ୟର ବ୍ୟବହାର ବିଷୟରେ ଏନସିବି ସୂଚନା ପାଇଥିଲା । ପରେ ସମୀର ୱାଙ୍ଖଡେ ଏବଂ ଅନ୍ୟମାନେ କ୍ରୁଜରେ ରେଡ୍ କରିଥିଲେ । ଏହି ସମୟରେ ଆର୍ଯ୍ୟନଙ୍କ ସମେତ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା । ପ୍ରାଥମିକ ଭାବେ ଡ୍ରଗ୍ସ ରଖିବା, ସେବନ କରିବା ଓ ଏହାର ଚାଲାଣ କରିବା ମାମଲା ରୁଜୁ ହୋଇଥିଲା ।

ଯେଉଁଥି ପାଇଁ କିଙ୍ଗ୍ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ୨୨ ଦିନ ଜେଲରେ ରହିବା ପାଇଁ ପଡିଥିଲା । ହେଲେ ୨୦୨୨ ମେ ମାସରେ ଏନସିବି ଆର୍ଯ୍ୟନଙ୍କୁ କ୍ଲିନଚିଟ୍ ଦେଇଥିଲା । ତାଙ୍କ ନାଁରେ କୌଣସି ପ୍ରମାଣ ମିଳିନଥିଲା ।

ସିବିଆଇ ସୂଚନା ଅନୁସାରେ ୨୦୨୧ କ୍ରୁଜରେ ରେଡ୍ ଘଟଣାରେ, ସମୀର ୱାଙ୍ଖଡେ ଏବଂ ଅନ୍ୟମାନେ ଟଙ୍କା ଲୁଟିବା ପାଇଁ ଷଡଯନ୍ତ୍ର କରିଥିଲେ। ଅଭିଯୁକ୍ତଙ୍କ ପରିବାର ସଦସ୍ୟଙ୍କଠାରୁ ପାଖପାଖି 25 କୋଟି ନିଶା ଦ୍ରବ୍ୟ ଜବତ କରିବା ଅଭିଯୋଗରେ ଧମକ ଦେଇ 50 ଲକ୍ଷ ଟଙ୍କା ଡିମାଣ୍ତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+