ପୂର୍ବତନ ରାଜ୍ୟପାଳଙ୍କ ଘର ସେମତ ୩୦ ଜାଗାରେ ଚଢ଼ାଉ କଲା CBI
ଜମ୍ମୁ-କଶ୍ମୀର ର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ବିରୋଧରେ ସିବିଆଇ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଗୁରୁବାର (ଫେବୃଆରୀ ୨୨, ୨୦୨୪) କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରକଳ୍ପ ଦୁର୍ନୀତି ମାମଲାରେ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଚଢ଼ାଉ କରିଛି । ଏହା ସହ ୩୦ ରୁ ଅଧିକ ସ୍ଥାନରେ ଚଢ଼ାଉ ଚାଲିଛି । ତାଙ୍କ କାର୍ଯ୍ୟାଳୟରେ ମଧ୍ୟ ଚଢ଼ାଉ କରିଛି ସବିଆଇ ।
୨୦୧୯ ମସିହାରେ କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପ୍ରୋଜେକ୍ଟ ପାଇଁ ୨,୨୦୦ କୋଟି ଟଙ୍କା ମୂଲ୍ୟର ସିଭିଲ୍ ୱାର୍କ ଚୁକ୍ତିନାମା ପ୍ରଦାନରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ମଲିକ ଦାବି କରିଛନ୍ତି ଯେ, ୨୩ ଅଗଷ୍ଟ ୨୦୧୮ରୁ ୩୦ ଅକ୍ଟୋବର ୨୦୧୯ ମଧ୍ୟରେ ଯେତେବେଳେ ସେ ଜମ୍ମୁ କଶ୍ମୀରର ରାଜ୍ୟପାଳ ଥିଲେ, ତାଙ୍କୁ ଦୁଇଟି ଫାଇଲ ଅନୁମୋଦନ ଲାଗି ୩୦୦ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା ।

ସିବିଆଇ ଏହି ଅଭିଯୋଗକୁ ନେଇ ୨ ଏଫଆଇଆର ପଞ୍ଜୀକୃତ କରିଥିଲା । ଚେନାବ ଭ୍ୟାଲି ପାୱାର ପ୍ରୋଜେକ୍ଟସ ପାୱାର ଲିମିଟେଡର ପୂର୍ବତନ ଚେୟାରମ୍ୟାନ ନବୀନ କୁମାର ଚୌଧୁରୀ ଏବଂ ଅନ୍ୟ ପୂର୍ବତନ ଅଧିକାରୀ ଏମଏସ ବାବୁ, ଏମ.କେ ମିତ୍ତଲ ଏବଂ ଅରୁଣ କୁମାର ମିଶ୍ର ଏବଂ ପଟେଲଙ୍କ ବିରୋଧରେ ଏଜେନ୍ସି ଏକ ମାମଲା ରୁଜୁ କରିଥିଲା ।
ସତ୍ୟପାଲ ମଲ୍ଲିକ ଏକ ଟ୍ବିଟ୍ ପୋଷ୍ଟ୍ କରି ଲେଖିଛନ୍ତି, ''ଗତ ୩-୪ ଦିନ ହେଲା ମୁଁ ଅସୁସ୍ଥ ଅଛି, ଆଉ ହସ୍ପିଟାଲରେ ଭର୍ତ୍ତି ହେଇଛି । ତା ସତ୍ତ୍ବେ ବି ସରକାର ଏଜେନ୍ସି ଚଢ଼ାଉ କରୁଛି । ମୋ ଡ୍ରାଇଭର, ସହାୟକଙ୍କୁ ମଧ୍ୟ ବିନା କାରଣରେ ହଇରାଣ କରାଯାଉଛି । ମୁଁ ଜଣେ ଚାଷୀଙ୍କ ପୁଅ, ମୁଁ କେବେ ବି ଡରିବିନି।''












Click it and Unblock the Notifications