ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍
ବୁଧବାର ଦିନ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ବାସଭବନରେ CBI'ରେ ରେଡ୍ । ସିବିଆଇ ଟିମ୍ ବାଘେଲଙ୍କ ରାୟପୁର ଏବଂ ଭିଲାଇସ୍ଥିତ ବାସଭବନ ସହିତ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜଣେ ନିକଟତର ସହଯୋଗୀଙ୍କ ବାସଭବନରେ ଏକକାଳିନ ଚଢାଉ କରିଥିଲେ। ମହାଦେବ ବେଟିଂ ଆପ ମାମଲାରେ କଂଗ୍ରେସ ମହାସଚିବଙ୍କ ଘରେ ଚଢାଉ କରାଯାଇଥିବା ନେଇ ସୂଚନା ରହିଛି ।
ଭୂପେଶ ବଘେଲ କହିଛନ୍ତି, "ଏବେ ସିବିଆଇ ଆସିଛି। ହେବାକୁ ଥିବା AICC ବୈଠକ ପାଇଁ ଗଠିତ ଡ୍ରାଫ୍ଟିଂ କମିଟିର ବୈଠକ ପାଇଁ ଆଜି ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ମଧ୍ୟ, ସିବିଆଇ ରାୟପୁର ଏବଂ ଭିଲାଇ ବାସଭବନରେ ପହଞ୍ଚି ସାରିଛି।"

ଏଠାରେ ଆମେ କହି ରଖୁଛୁ ଯେ ସିବିଆଇ ଅଧିକାରୀମାନେ ସକାଳେ ପୂର୍ବତନ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଭିଲାଇ ଏବଂ ରାୟପୁର ବାସଭବନରେ ପହଞ୍ଚିଥିଲେ। ସିଡି ଦୁର୍ନୀତି ମାମଲାରେ ସିବିଆଇ ଏକ ସଂଶୋଧନ ଆବେଦନ ଦାଖଲ କରିଥିଲା। ଏହି ମାମଲାରେ, କୋର୍ଟ ଭୂପେଶ ବଘେଲଙ୍କୁ ମୁକ୍ତ କରିଥିଲେ। ସଂଶୋଧନ ଆବେଦନର ଶୁଣାଣି 4 ଏପ୍ରିଲରେ ହେବ। ଅନ୍ୟପକ୍ଷରେ ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ପ୍ରତି ମଦ ଦୁର୍ନୀତି ମାମଲାରେ ବଘେଲଙ୍କ ବାସଭବନରେ ଚଢାଉ କରିଥିଲା।












Click it and Unblock the Notifications