ଆପ ନେତା ଦୁର୍ଗେଶ ପାଠକଙ୍କ ଘରେ ସିବିଆଇ ଚଢ଼ାଉ

ଆମ ଆଦମୀ ପାର୍ଟି(ଆପ୍‌)ର ପୂର୍ବତନ ବିଧାୟକ ଦୁର୍ଗେଶ ପାଠକଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଗୁରୁବାର ଚଢ଼ାଉ କରାଯାଇଛି। ଦୁର୍ଗେଶ ୨୦୨୭ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଆପ୍‌ର ପ୍ରଭାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ(ଏଫସିଆରଏ) ଅଧୀନରେ ରୁଜୁ ହୋଇଥିବା ଏକ ମାମଲାରେ ସିବିଆଇ ପକ୍ଷରୁ ଦୁର୍ଗେଶଙ୍କ ବିଭିନ୍ନ ଠିକଣାରେ ଚଢ଼ାଉ ଚାଲିଥିବା ସୂଚନା ମିଳିଛି।

ବୁଧବାର ଦିନ, ସିବିଆଇ ଏଫ୍‌ସିଆର୍‌ଏ(ବିଦେଶୀ ଅବଦାନ ନିୟନ୍ତ୍ରଣ ଆଇନ)ର କଥିତ ଉଲ୍ଲଂଘନ ମାମଲାରେ ଏକ ମାମଲା ପଞ୍ଜିକୃତ କରିଛି। ସିବିଆଇ ଦ୍ୱାରା ଦାୟର କରାଯାଇଥିବା ଏକ ଏଫଆଇଆରରେ ଉଲ୍ଲେଖ କରାଯାଇଛି ଯେ ବିଦେଶରେ ରହୁଥିବା ୧୫୫ ଜଣ ଲୋକ ୫୫ଟି ପାସପୋର୍ଟ ନମ୍ବର ବ୍ୟବହାର କରି ୪୦୪ ଥର ଆପକୁ ୧.୦୨ କୋଟି ଟଙ୍କାର ଦାନ ଦେଇଛନ୍ତି। ଅନେକ ଦାତା ଅଛନ୍ତି ଯେଉଁମାନେ ଦାନ ପାଇଁ ସମାନ ପାସପୋର୍ଟ ବ୍ୟବହାର କରିଛନ୍ତି।

Durgesh Pathak

ଆପ ଦାବି କରିଛି ଯେ ବିଦେଶରେ ରହୁଥିବା ୨୦୧ ଜଣ ବ୍ୟକ୍ତି ୬୩୯ ଥର ୫୧ଟି ଇମେଲ୍ ଆଇଡି ବ୍ୟବହାର କରି ୨.୬୫ କୋଟି ଟଙ୍କା ଦାନ କରିଛନ୍ତି। ଦଳ ଅଭିଯୋଗ କରିଛି ଯେ ଗୁଜରାଟରେ ଆପର ବୃଦ୍ଧିକୁ ନେଇ ବିଜେପି "ଭୟଭୀତ" ହୋଇଥିବାରୁ ଏହି ଚଢାଉ କରାଯାଉଛି, ଯେଉଁଠାରେ ବିଜେପି ୨୦୨୨ ନିର୍ବାଚନରେ ​​ପାଞ୍ଚଟି ଆସନ ଜିତିଥିଲା।

ଆପ୍ ନେତା ସଂଜୟ ସିଂ କହିଛନ୍ତି, ଗୁଜରାଟରେ ବିଜେପିର ଅବସ୍ଥା ବହୁତ ଖରାପ ରହିଛି । ଗୁଜରାଟ ଲୋକ ଆପ୍ ଉପରେ ବିଶ୍ବାସ କରନ୍ତି । କିନ୍ତୁ ମୋଦିଜୀ ଗୁଜରାଟ ପରାଜୟ ସମ୍ଭାବନା ଦେଖି ଦୁର୍ଗେଶଙ୍କୁ ଭୟଭୀତ କରିବା ପାଇଁ ସିବିଆଇକୁ ପଠାଇଛନ୍ତି । ଯେତେ ଚେଷ୍ଟା କଲେ ମଧ୍ୟ ଆପକୁ ଡରାଇପାରିବେ ନାହିଁ । ଆପ୍ ସବୁବେଳେ ଦୁର୍ଗେଶ ପାଠକ ଏବଂ ତାଙ୍କ ପରିବାର ସହିତ ରହିଛି ।

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତା ଅତିଶୀ ଦାବି କରିଛନ୍ତି ଯେ, ସିବିଆଇ ଚଢାଉ ବିଜେପି ପାଇଁ ହତାଶାର ସଙ୍କେତ। ଗୁଜରାଟରେ, କେବଳ ଆପ ବିଜେପିକୁ ଚ୍ୟାଲେଞ୍ଜ କରିପାରିବ ଏବଂ ଏହି ଚଢାଉ ସେମାନଙ୍କର ହତାଶାକୁ ଦର୍ଶାଉଛି ! ଦୁର୍ଗେଶ ପାଠକ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା । ଗତ ବିଧାନସଭାରେ ଦିଲ୍ଲୀରୁ ବିଧାୟକ ରହିସାରିଛନ୍ତି । ଆମ ଆଦମୀ ପାର୍ଟି ତାଙ୍କୁ ୨୦୭ରେ ହେବାକୁ ଥିବା ଥିବା ନିର୍ବାଚନ ପାଇଁ ସହପ୍ରଭାରୀ ଦାୟିତ୍ବ ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+