କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ଟ୍ରେନି ଡାକ୍ତରଙ୍କ ସହ ହୋଇନାହିଁ ଗଣଦୁଷ୍କର୍ମ, ମୃତକଙ୍କ ପରିବାର ଆଣିଲା ବଡ଼ ଅଭିଯୋଗ
Kolkata Doctor Case: କୋଲକାତା ଆରଜି କର ମେଡିକାଲ କଲେଜର 31 ବର୍ଷିୟ ଜୁନିଅର ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ମାମଲା ସମ୍ପର୍କରେ ଗୋଟିଏ ପ୍ରଶ୍ନର ଉତ୍ତର ସମସ୍ତେ ଜାଣିବାକୁ ଚାହାଁନ୍ତି । ଏହା ଗ୍ୟାଙ୍ଗରେପ ଥିଲା'କି ? ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ବଡ ଅପଡେଟ୍ ଆସିଛି । CBI ରିପୋର୍ଟରେ ବଡ଼ ଖୁଲାସା ହୋଇଛି ।
ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଡାକ୍ତରଙ୍କ ହତ୍ୟା ମାମଲାରେ ସିବିଆଇ ଦ୍ୱାରା ଏପର୍ଯ୍ୟନ୍ତ କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ କଲିକତା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ହୋଇନଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ ସଞ୍ଜୟ ରୟ ନିଜେ ପ୍ରଥମେ ଅଗଷ୍ଟ 9 ରେ ସରକାରୀ ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଡାକ୍ତରଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କର ହତ୍ୟା କରିଥିଲେ । ଆରଜି କର ହସ୍ପିଟାଲର ବିକ୍ଷୋଭକାରୀ ଡାକ୍ତରମାନେ କହିଛନ୍ତି, 'ଆମେ ଏହି ତଦନ୍ତରେ ଖୁସି ନାହୁଁ । ସେହିପରି ମୃତକଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ଯେ, ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ତାଙ୍କ ଝିଅର ହତ୍ୟା କରିବା ପାଇଁ କେହି ପଠାଇଥିଲେ ।

ସୂଚନାନୁସାରେ, ଫୋରେନସିକ୍ ରିପୋର୍ଟରେ ଦର୍ଶାଯାଇଛି ଯେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିଲା। ଗଣଦୁଷ୍କର୍ମର କୌଣସି ପ୍ରମାଣ ମିଳିନାହିଁ। ଡିଏନ୍ଏ ରିପୋର୍ଟରେ ମଧ୍ୟ ଜଣଙ୍କର ସମ୍ପୃକ୍ତି ପ୍ରମାଣିତ ହୋଇଛି। ଏହାର ଅର୍ଥ ହେଉଛି ଏହି ବର୍ବରତା ହତ୍ୟା କାଣ୍ତରେ ଜଣଙ୍କର ସମ୍ପୃକ୍ତି ରହିଛି । ସିବିଆଇ ସିସିଟିଭି ଫୁଟେଜର ମଧ୍ୟ ଯାଞ୍ଚ କରିଥିଲା । ଯେଉଁଥିରେ ସଞ୍ଜୟ ରୟଙ୍କୁ ଉକ୍ତ ବିଲ୍ଡିଂରେ ପ୍ରବେଶ କରୁଥିବା ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications