Delhi Drug Scam Case: ସିବିଆଇ ତଦନ୍ତ ନିର୍ଦ୍ଦେଶ, ଗୃହ ମନ୍ତ୍ରଣାଳୟ ପକ୍ଷରୁ FIR ପଞ୍ଜିକରଣ ପାଇଁ ଅନୁମତି

Delhi Drug Scam Case: ଦିଲ୍ଲୀ ଡ୍ରଗ୍ ସ୍କାମରେ ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ । ଏଲଜିଙ୍କ ସୁପାରିଶ କ୍ରମେ ଗୃହ ମନ୍ତ୍ରଣାଳୟ ସିବିଆଇକୁ ଏଫଆଇଆର ପଞ୍ଜିକରଣ କରିବାକୁ ନିର୍ଦ୍ଦେଶ ଦେଇଛି। ଦିଲ୍ଲୀର କେଜ୍ରିୱାଲ ସରକାରଙ୍କ ଦ୍ୱାରା ପରିଚାଳିତ ମୋହାଲା କ୍ଲିନିକରେ ଖରାପ ଔଷଧ ଯୋଗାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

ଏଲଜି ଭି.କେ ସକ୍ସେନା ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ। ଏହି ପ୍ରସଙ୍ଗରେ ସିବିଆଇ ତଦନ୍ତକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ଡ୍ରଗ୍ ସ୍କାମର ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ଦିନ ପୂର୍ବରୁ ଉପରାଜ୍ୟପାଳ ଭି.କେ ସକ୍ସେନା ମୋହାଲା କ୍ଲିନିକରେ 'ନକଲି ପରୀକ୍ଷା' ଅଭିଯୋଗର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଥିଲେ ।

delhi_ Drug Scam Case

ଏହାପୂର୍ବରୁ ଗୁରୁବାର ଦିନ ଉପରାଜ୍ୟପାଳ ଭି.କେ ସକ୍ସେନା ଘରୋଇ ଲାବୋରେଟୋରୀଗୁଡିକର ଲାଭ ପାଇଁ ମୋହାଲା କ୍ଲିନିକଗୁଡିକ ଦ୍ୱାରା 'ନକଲି' ପରୀକ୍ଷଣ ଅଭିଯୋଗ ଉପରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୋହଲା କ୍ଲିନିକଗୁଡିକ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ । ନ୍ୟୁଜ୍ ଏଜେନ୍ସି ପିଟିଆଇ ଖବର ଅନୁସାରେ, ଗତ ବର୍ଷ ଡାକ୍ତରମାନେ ମୋହଲା କ୍ଲିନିକକୁ ଆସୁନାହାଁନ୍ତି,ହେଲେ ସେମାନଙ୍କୁ ଉପସ୍ଥିତ ଦର୍ଶାଯାଉଛି । ଡାକ୍ତରଙ୍କ ଅନୁପସ୍ଥିତି ସତ୍ତ୍ୱେ ରୋଗୀମାନଙ୍କୁ ପରୀକ୍ଷା ଏବଂ ଔଷଧ ଦିଆଯାଉଥିଲା ।

ସେହିପରି ଅଭିଯୋଗ ହୋଇଛି ଯେ ଘରୋଇ ଲ୍ୟାବକୁ ସାହାଯ୍ୟ କରିବା ପାଇଁ ମୋହଲା କ୍ଲିନିକରେ ମୃତ ବ୍ୟକ୍ତିଙ୍କର ଲକ୍ଷ ଲକ୍ଷ ଟେଷ୍ଟ କରାଯାଉଛି । ଯେଉଁଥି ପାଇଁ ଲ୍ୟାବକୁ କୋଟି କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବିଜେପି କୋଟି କୋଟି ଟଙ୍କାର ସ୍କାମ ଅଭିଯୋଗ କରିଛି। ଏହି ପ୍ରସଙ୍ଗରେ ବିଜେପି କେଜ୍ରିୱାଲ ସରକାରଙ୍କୁ ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ସୁଦର୍ଶନ ତ୍ରିବେଦୀ କହିଛନ୍ତି ଯେ, ପୂର୍ବରୁ ଏହି ସରକାର ମଦ ସ୍କାମ କରୁଥିଲେ, ଏବେ ଏହା ଔଷଧ ସ୍କାମ ମଧ୍ୟ କରିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+