କେଇ ମାମଲାରେ ସିବିଆଇ ପକ୍ଷରୁ ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅଙ୍କ ବିରୋଧରେ ମାମଲା ରୁଜୁ
ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ କମ୍ପାନୀ ମାଲିକ ଅନିଲ ଅମ୍ବାନୀଙ୍କ ପୁଅ ଜୟ ଅନମୋଲଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଜୟ ଅନମୋଲ ହେଉଛନ୍ତି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡର ନିର୍ଦେଶକ। ଏହି କମ୍ପାନୀ ମୁମ୍ବଇସ୍ଥିତ ଆନ୍ଧ୍ର ବ୍ୟାଙ୍କ ଶାଖାରେ ୪୫୦ କୋଟି ଟଙ୍କାର କ୍ରେଡିଟ ଲିମିଟ ପାଇଥିଲା।

ଏହାକୁ ଆଧାର କରି ରିଲାଏନ୍ସ ହୋମ ଫାଇନାନ୍ସ ଲିମିଟେଡ ବ୍ୟାଙ୍କରୁ ଋଣ ଉଠାଇଥିଲା। ତେବେ ନିର୍ଦ୍ଧାରିତ ସମୟରେ ଏହା ପରିଶୋଧ ନ ହେବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ୨୨୮ କୋଟି ଟଙ୍କାର କ୍ଷତି ସହିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଆଧାର କରି ସିବିଆଇ ପକ୍ଷରୁୁ ଜୟ ଅନମୋଲଙ୍କ ବିରୋଧରେ ମାମଲା ଦାଏର କରାଯାଇଛି।












Click it and Unblock the Notifications