ବଢ଼ିଲା CBI ନିର୍ଦ୍ଦେଶକ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ

ସିବିଆଇ ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ ଗୋଟିଏ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ମନୋନୟନ କମିଟିର ସୁପାରିଶ ଆଧାରରେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଆଉ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି । ବୁଧବାର କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବୃଦ୍ଧି କରାଯାଇଛି। ଶ୍ରୀ ସୁଦ ୨୫ ମଇ, ୨୦୨୩ରେ ଦୁଇ ବର୍ଷ ପାଇଁ ସିବିଆଇ ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।

ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ମନୋନୟନ କମିଟିର ବୈଠକରେ ଏବଂ ଭାରତର ମୁଖ୍ୟ ବିଚାରପତି ସଞ୍ଜିବ ଖାନ୍ନା ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଗଠିତ ବୈଠକରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାର ନିଷ୍ପତ୍ତି ନିଆଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ମନୋନୟନ କମିଟିର ସୁପାରିଶ ଉପରେ ଆଧାର କରି କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ସୁଦଙ୍କ କାର୍ଯ୍ୟକାଳ ୨୪ ମଇ ପରେ ଗୋଟିଏ ବର୍ଷ ପାଇଁ ବୃଦ୍ଧିକୁ ଅନୁମୋଦନ କରିଛି।

ଶ୍ରୀ ସୁଦ କର୍ଣ୍ଣାଟକ କ୍ୟାଡରର ୧୯୮୬ ବ୍ୟାଚର ଭାରତୀୟ ପୁଲିସ ସେବା (ଆଇପିଏସ) ଅଧିକାରୀ। ସେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ଭାବରେ ଯୋଗଦେବା ସମୟରେ କର୍ଣ୍ଣାଟକର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ କାର୍ଯ୍ୟ କରୁଥିଲେ।

୧୯୬୪ ମସିହାରେ ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲାରେ ଜନ୍ମଗ୍ରହଣ କରିଥିବା ଶ୍ରୀ ସୁଦ ଦିଲ୍ଲୀର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ସିଭିଲ୍ ଇଞ୍ଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ମାତ୍ର ୨୨ ବର୍ଷ ବୟସରେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ। ସେ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍ ଏବଂ ନ୍ୟୁୟର୍କର ସାଇରାକ୍ୟୁଜ୍ ବିଶ୍ୱବିଦ୍ୟାଳୟର ମ୍ୟାକ୍ସୱେଲ୍ ସ୍କୁଲ୍ ଅଫ୍ ଗଭର୍ଣ୍ଣାନ୍ସରୁ ସ୍ନାତକୋତ୍ତର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+