ଡିବି କନ୍ସଲ୍ଟାନ୍ସି ଦୁର୍ନୀତି ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ୍ କଲା ସିବିଆଇ
ଡିବି ଷ୍ଟକ୍ କନ୍ସଲ୍ଟାନ୍ସି ଦୁର୍ନୀତି ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଦୁଇ ଜଣଙ୍କୁ ଗିରଫ୍ କରିଛି । ଗୁଆହାଟୀ ସ୍ଥିତ ଆକ୍ସିସ୍ ବ୍ୟାଙ୍କ୍ର ପୂର୍ବତନ ଶାଖା ପରିଚାଳକ ପୁଷ୍ପଜିତ୍ ପୁରକାୟସ୍ତ ଏବଂ ଦିର୍ବୁଗଡ଼ର ସନ୍ଦୀପ ଗୁପ୍ତାଙ୍କୁ ଏହି ମାମଲାରେ ଗିରଫ୍ କରାଯାଇଛି । ସିବିଆଇ କହିଛି, ଡିବି ଷ୍ଟକ୍ କନ୍ସଲ୍ଟାନ୍ସି ସହ ମିଶି ଶ୍ରୀ ପୁରକାୟସ୍ତ ନିବେଶକଙ୍କୁ ଅଧିକର ରିଟର୍ଣ୍ଣ୍ ଦେବାର ମିଥ୍ୟା ପ୍ରତିଶ୍ରୁତି ପଦାନ କରିବା ସହ ବେଆଇନ୍ କମିଶନ୍ ଆଦାୟ କରୁଥିଲେ ।

କନ୍ସଲ୍ଟାନ୍ସି ଫାର୍ମର ମୁଖ୍ୟ ଏଜେଣ୍ଟ ଭାବେ ପରିଚିତ ଶ୍ରୀ ଗୁପ୍ତା ୩୫୦ରୁ ଅଧିକ ଗ୍ରାହକଙ୍କୁ ଡିବି କନ୍ସଲ୍ଟାନ୍ସିକୁ ଆଣି ଲକ୍ଷାଧିକ ଟଙ୍କା ରୋଜଗାର କରିଥିଲେ । ଅବ୍ୟବସ୍ଥିତ ଜମା ଯୋଜନା ମାଧ୍ୟମରେ ଦେଶର ୧୦ ହଜାରରୁ ଅଧିକ ଲୋକଙ୍କ ଠାରୁ ୪୦୦ କୋଟିରୁ ଅଧିକ ଟଙ୍କାର ଠକେଇ ଅଭିଯୋଗରେ ଡିବି ଷ୍ଟକ୍ କନ୍ସଲ୍ଟାନ୍ସିର ମାଲିକ ଦୀପଙ୍କର ବର୍ମନ୍ଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିସାରିଛି ।












Click it and Unblock the Notifications