Get Updates
Get notified of breaking news, exclusive insights, and must-see stories!

NEET-UG paper leak case: ଆଉ ଦୁଇ ଜଣଙ୍କୁ ଗିରଫ କଲା ସିବିଆଇ

ନୂଆଦିଲ୍ଲୀ : ସିବିଆଇ ନିଟ - ୟୁଜି ପେପର ଲିକ ମାମଲାର 'ମାଷ୍ଟମାଇଣ୍ଡ' ଓ 'ସାଁବ୍ଲର' ବାବରେ କାମ କରୁଥିବା ୨ ଏମବିବିଏସ ଛାତ୍ରଙ୍କୁ ଗିରଫ କରିଛି । ଏହି ପେପର ଲିକ୍ ମାମଲା ସହ ଜଡିତ ପୂର୍ବରୁ ତିନି ଜଣଙ୍କୁ ଗିରଫ କରିଛି ସିବିଆଇ, ଯେଉଁଥିରେ ମାମଲାର, ମାଷ୍ଟରମାଇଣ୍ଡ ଶଶିକାନ୍ତ ପାସୱାନ୍ ମଧ୍ୟ ସାମିଲ ଅଛନ୍ତି । ଏହା ବ୍ୟତୀତ ବର୍ତ୍ତମାନ ଏହି ଗ୍ୟାଙ୍ଗ ସହ ଜଡିତ ଦୁଇଜଣ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି ସିବିଆଇ ।

ସିବିଆଇ ପକ୍ଷରୁ କୁହାଯାଇଛି ଯେ ସଲଭର୍ସ ସାଜିଥିବା ୨ ଏମବିବିଏସ୍ ଛାତ୍ର ହେଲେ କୁମାର ମଙ୍ଗଲମ ବିଷ୍ଣୋଇ(ଦ୍ୱିତୀୟ ବର୍ଷ) ଓ ଦୀପେନ୍ଦ୍ର ଶର୍ମା(ପ୍ରଥମ ବର୍ଷ) । ଏମାନେ ରାଜସ୍ଥାନର ଭରତରପୁରରେ ଥିବା ଗୋଟିଏ ମେଡିକାଲ କଲେଜର ଛାତ୍ର । ଉଭୟ ପଙ୍କଜ କୁମାର ନାମକ ଜଣେ ଇଞ୍ଜିନିୟର ଏନଟିଏର ହଜାରିବାଗ ସ୍ଥିତ ଟ୍ରଙ୍କରୁ ଚୋରି କରିଥିବା ପ୍ରଶ୍ନପତ୍ରର ଉତ୍ତର ଲେଖିଥିଲେ । ମେ' ମାସରେ ୨ ସଲଭର୍ସ ହଜାରିବାଗରେ ଉପସ୍ଥିତ ରହିଥିଲେ । ସେହି ତାରିଖରେ ପୂରା ଦେଶରେ ନିଟ-ୟୁଜି ପରୀକ୍ଷା ହୋଇଥିଲା ।

NEET-UG paper leak case

ସୂତ୍ର ଅନୁସାରେ ଏହି ଦୁଇ ଜଣ ସଲଭର୍ସ ମଡ୍ୟୁଲର ଅଂଶବିଶେଷ । ପୂର୍ବରୁ ଏହି ଲିଙ୍କରେ ୫ ଜଣ ଏମବିବିଏସ୍ ଛାତ୍ରଙ୍କୁ ଗିରଫ କରାଯାଇଥିଲା । ଏହି ମଡ୍ୟୁଲର ସଦସ୍ୟମାନେ ପ୍ରଶ୍ନପତ୍ର ପାଇବା ପରେ ଏହାର ସାମାଧାନ କରୁଥିଲେ । ଏହାପରେ ଉତ୍ତରଗୁଡ଼ିକୁ ନିଟ ଆଶାୟୀଙ୍କୁ ଦେଉଥିଲେ । ଏବେ ପର୍ଯ୍ୟନ୍ତ ସିବିଆଇ ୧୯ ଜଣଙ୍କୁ ଏହି ମାମଲାରେ ଗିରଫ କରି ସାରିଛି ।

ଶୁକ୍ରବାର ସିବିଆଇ ରାଞ୍ଚି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ( ଆରଆଇଏମଏସ ) ର ଏମବିବିଏସ ପ୍ରଥମ ବର୍ଷ ଛାତ୍ରୀ ସୁରଭି କୁମାରୀକୁ 'ସାଁବ୍ଲର ମଡ୍ୟୁଲ' ପାଇଁ ଗିରଫ କରିଥିଲା । ପୁଙ୍ଖାନୁପୁଙ୍ଖ ଭାବରେ ତାଙ୍କୁ ପଚାରିବା ପରେ ସିବିଆଇ ତାଙ୍କୁ ଗିରଫ କରିଥିଲା ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+