କୋଲକାତା ହରର: ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

କୋଲକାତା: କୋଲକାତା ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲାରେ ସିବିଆର ବଡ ଆକ୍ସନ । ଆରଜି କରର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷକୁ ବାନ୍ଧିଲା ସିବିଆଇ । ସେ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି। ଏହାପୂର୍ବରୁ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ପୂର୍ବତନ ପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା।

ବର୍ତ୍ତମାନ ବଳାତ୍କାର-ହତ୍ୟା ମାମଲାରେ ଏକ ନୂଆ ଗିରଫ କରାଯାଇଛି। ଆରଜି କର ବଳାତ୍କାର ମାମଲାର ତଦନ୍ତରେ ଏଫଆଇଆର୍‌ ରେଜିଷ୍ଟ୍ରେସନରେ ବିଳମ୍ବ ହେବା ଏବଂ ପ୍ରମାଣ ଗାଏବ ହେବା ଅଭିଯୋଗରେ ସନ୍ଦୀପ ଘୋଷ ଏବଂ ତାଲା ପୋଲିସ ଷ୍ଟେଶନର ଏସଏଚଓ ଅଭିଜିତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି। ସନ୍ଦୀପଙ୍କୁ ରବିବାର ସିୟାଲଦା କୋର୍ଟରେ ହାଜର କରାଯିବ।

ତାଙ୍କ ସହ କୋଲକାତା ପୁଲିସ୍‌ର ଜଣେ ଅଧିକାରୀ ମଧ୍ୟ ଗିରଫ ହୋଇଛନ୍ତି। ପୂର୍ବରୁ ମେଡିକାଲ କଲେଜରେ ଆର୍ଥିକ ହେରଫେର ପାଇଁ ସିବିଆଇ ସନ୍ଦୀପଙ୍କୁ ଗିରଫ କରିଥିଲା। ସିବିଆଇ ଗିରଫ କରିଥିବା ପୁଲିସ୍‌ ଅଧିକାରୀ ଜଣଙ୍କ ହେଉଛନ୍ତି ଅଭିଜିତ ମଣ୍ଡଳ। ସେ ତାଲା ପୁଲିସ ଷ୍ଟେସନର ଏସଏଚଓ ଭାବେ କାମ କରନ୍ତି।

sandip ghosh

ଅଭିଜିତ ପ୍ରାରମ୍ଭିକ ପର୍ଯ୍ୟାୟରେ ଘଟଣାର ତଦନ୍ତ କରିଥିଲେ। ଏହି ସମୟରେ ସେ ଘଟଣା ସହ ଜଡ଼ିତ କିଛି ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ। ଏଥିସହ ଏଫଆଇଆର ଡେରିରେ ଫାଇଲ କରିଥିଲେ। ସିବିଆଇ ତଦନ୍ତରୁ ଏକଥା ଜାଣିବା ପରେ ତାଙ୍କୁ ଗିରଫ କରିଛି। ସନ୍ଦୀପ ଘୋଷ ଓ ଗିରଫ ଏସଏଚଓ ଜଣଙ୍କ ତଦନ୍ତକାରୀ ଅଧିକାରୀଙ୍କୁ ବିଭ୍ରାନ୍ତ କରିଥିଲେ।

ବର୍ତ୍ତମାନ ସନ୍ଦୀପ ଘୋଷକୁ ପ୍ରେସିଡେନ୍ସି ଜେଲର ଏକ ପ୍ରକୋଷ୍ଠରେ ରଖାଯାଇଛି । ସିବିଆଇ ସେମାନଙ୍କ ଠାରୁ ଅଧିକ ତଥ୍ୟ ଆଦାୟ କରିବା ପାଇଁ ନ୍ୟାୟିକ ହେପାଜତକୁ ବୃଦ୍ଧି କରିବାରେ ବୋଲି ଚର୍ଚ୍ଚା ହେଉଛି । ଗତ ସେପ୍ଟେମ୍ବର 2 ତାରିଖରେ ତାଙ୍କୁ ସିବିଆଇ ଗିରଫ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+