ଇଡି ଅଧିକାରୀଙ୍କୁ ଗିରଫ କଲା ସିବିଆଇ: ୫ କୋଟି ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ସିବିଆଇ ଜଣେ ଇଡି ଅଧିକାରୀଙ୍କୁ ଗିରଫ କରିଛି । ଅଭିଯୋଗ ହୋଇଛି ଯେ ପୱନ କ୍ଷତ୍ରୀ ନାମକ ଜଣେ ଇଡି ଅଧିକାରୀ ୫କୋଟି ଟଙ୍କା ଲାଞ୍ଚ ନେଇଥିଲେ । ସେ ଇଡି ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାର୍ଯ୍ୟ କରୁଥିଲେ ।

ସୂଚନା ଅନୁସାରେ, ସିବିଆଇ ଇଡି ଅଧିକାରୀ ପୱନ କ୍ଷତ୍ରୀ ଏବଂ ଡିଭିଜନାଲ କ୍ଲର୍କ ନୀତେଶ କୋହରଙ୍କ ବିରୋଧରେ ସିବିଆଇ ଏକ ଏଫଆଇଆର ପଞ୍ଜିକରଣ କରିଥିଲା । ଏହି ମାମଲାରେ ଏୟାର ଇଣ୍ଡିଆର କର୍ମଚାରୀ ଦୀପକ ସାଙ୍ଗୱାନ, ବ୍ୟବସାୟୀ ଅମନଦୀପ ସିଂ ଧଲେ, ବୀରେନ୍ଦର ପାଲ ସିଂ, ସିଏ ପ୍ରବୀଣ କୁମାର , କ୍ଲାରିଜ୍ ହୋଟେଲ ସିଇଓ ବିକ୍ରମଦିତ୍ୟଙ୍କ ସମେତ ଅନ୍ୟ କେତେକ ଅଧିକାରୀଙ୍କ ନାମ ଅନ୍ତର୍ଭୁକ୍ତ ।

ed

ଅଭିଯୋଗ ଅନୁଯାୟୀ, ମଦ ଦୁର୍ନିତୀ ମାମଲାରେ ଚାଲିଥିବା ତଦନ୍ତ ବେଳେ ଅଭିଯୁକ୍ତଙ୍କୁ ସହାୟତା କରିବା ପାଇଁ ପାଞ୍ଚ କୋଟି ଟଙ୍କା ଲାଞ୍ଚ ଦିଆଯାଇଥିଲା। ବ୍ୟବସାୟୀ ଅମନଦୀପ ସିଂ ଧଲେଙ୍କ ଗିରଫଦାରୀକୁ ଏଡ଼ାଇବାରେ ସାହାଯ୍ୟ କରାଯିବ ବୋଲି ନିଶ୍ଚିତ କରାଯାଇଥିଲା । ଏହା ପରେ ଦୀପକ ସାଙ୍ଗୱାନ ଡିସେମ୍ବର 2022ରେ ଇଡି ଅଧିକାରୀ ପୱନ କ୍ଷତ୍ରୀଙ୍କୁ ଭେଟିଥିଲେ ।

ସୂଚନା ଅନୁସାରେ, ବିଭିନ୍ନ କିସ୍ତିରେ ଲାଞ୍ଚ ଦିଆଯାଇଥିଲା । ଅମାନଦୀପ ସିଂ ଧଲେଙ୍କୁ କୁହାଯାଇଥିଲା ଯେ, ଯଦି ସେ ଆଉ ଦୁଇ କୋଟି ଟଙ୍କା ଦିଅନ୍ତି ତେବେ ତାଙ୍କୁ ଅଭିଯୁକ୍ତ ତାଲିକାରୁ ହଟାଇ ଦିଆଯିବ। ଲାଞ୍ଚ ରାଶି ନଗଦ ଆକାରରେ ପ୍ରଦାନ କରାଯାଇଥିଲା। ହେଲେ ଲଞ୍ଚ ଦେବା ସତ୍ୱେ ଅମନଦିପଙ୍କୁ 1 ମାର୍ଚ୍ଚ 2023 ରେ ଇଡି ଗିରଫ କରିଥିଲା।

ଅମନଦିପଙ୍କୁ ଗିରଫ କରାଯିବା ପରେ ଦୀପକ ସାଙ୍ଗୱାନ୍ ଇଡି ଅଧିକାରୀଙ୍କୁ ଟଙ୍କା ଫେରାଇବା ପାଇଁ କହିଥିଲେ । ଟଙ୍କା ଫେରସ୍ତ ପାଇଁ ପରିବାର ସଦସ୍ୟଙ୍କ ସହ ପୱନ କ୍ଷତ୍ରୀ ଏବଂ ନୀତେଶଙ୍କକ ଏକ ବୈଠକ ମଧ୍ୟ ହୋଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ଇଡି ଏହାର ତଦନ୍ତ ଆରମ୍ଭ କରି ଖୋଜାଖୋଜି କରିଥିଲା ​​ଏବଂ ଇଡି 2.19 କୋଟି ଟଙ୍କା, ଅଳଙ୍କାର 1.94 କୋଟି ଟଙ୍କା ଜବତ କରିଥିଲା । ବ୍ୟାଙ୍କ ଆକାଉଣ୍ଟରେ 2.62 କୋଟି ଟଙ୍କା ମିଳିଥିବା ନେଇ ସୂଚନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+