Delhi Excise Policy Case: କୋର୍ଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କଲା CBI
Delhi Excise Policy Case: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ଇଡି ପରେ ଏବେ ସିବିଆଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି । କୋର୍ଟଙ୍କ ଅନୁମତି ପରେ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ଗିରଫ କରିଛି। ପଚରାଉଚରା ପାଇଁ ରାଉସ୍ ଆଭେନ୍ୟୁ କୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି।

ଏହା ପୂର୍ବରୁ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲରୁ ରାଉସ୍ ଆଭେନ୍ୟୁ କୋର୍ଟକୁ ନେଇଥିଲା। ସିବିଆଇ ଆଜି ଅରବିନ୍ଦ କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରିବା ପରେ ରିମାଣ୍ଡରେ ନେଇଛି। ସିବିଆଇ ପଚରାଉଚରା ପାଇଁ ଅରବିନ୍ଦ କେଜ୍ରିୱାଲଙ୍କ କୋର୍ଟରୁ ହେପାଜତ ମାଗିଥିଲା। କୋର୍ଟ ଏହାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ ଏବଂ ଆମ୍ ଆଦମୀ ପାର୍ଟି କାର୍ଯ୍ୟାଳୟ ବାହାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନାଥାଉ ଯେ, ଦିଲ୍ଲୀ ମତ ଦୁର୍ନୀତି ମାମଲାରେ ପୂର୍ବରୁ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା । ଏହି ମାମଲାରେ ନିକଟରେ ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ହାଇକୋର୍ଟ ଏହି ଜାମିନ ଆବେଦନକୁ ସ୍ଥଗିତ ରଥିଲେ । ଯାହା ପରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ ସୁପ୍ରିମକୋର୍ଟରେ ଏହି ମାମଲା ବିଚାରଧିନ ଥିବାବେଳେ କେଜ୍ରିୱାଲଙ୍କୁ ବୁଧବାର ସିବିଆଇ ଗିରଫ କରିଛି ।
ତେବେ ସୁପ୍ରିମକୋର୍ଟ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ ଦେଲେ ମଧ୍ୟ ସେ ଜେଲରେ ରହବେ । ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଜ କରାଯାଇଥିଲା । ଲୋକସଭା ନିର୍ବାଚନ ପାଇଁ ସୁପ୍ରିମକୋର୍ଟରେ ଅନ୍ତରୀଣ ଜାମିନ ଆଦେନ କରିଥିଲେ ଏବଂ ସର୍ବୋଚ୍ଚ ଅଦାଲତ ତାଙ୍କୁ ମେ'୧୦ରୁ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।
ଏହାପରେ ଲୋକସଭା ନିର୍ବାଚନ ସରିବା ପରେ ଜୁନ୍ ୩ରେ ସେ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ କେଜ୍ରିୱାଲ । ସେ ପୁଣି ବେଲ୍ ଆବେଦନ କରିଥିଲେ ତାଙ୍କୁ ରାଉଜ ଆଭେନ୍ୟୁ କୋର୍ଟ ମଧ୍ୟ ଜାମିନ ଦେଇଥିଲେ ହେଲେ ହାଇକୋର୍ଟ ଏହାକୁ ସ୍ଥଗିତ ରଖିବା ପରେ ସୁପ୍ରିମକୋର୍ଟରେ ଆବେଦନ ବିଚାରଧୀନ ରହିଛି । ନିଷ୍ପତ୍ତି ଆସିବା ପୂର୍ବରୁ ସିବିଆଇ ତାଙ୍କୁ ଗିରଫ କରିଛି ।












Click it and Unblock the Notifications