Get Updates
Get notified of breaking news, exclusive insights, and must-see stories!

ତିରୁପତି ଲଡୁ ବିବାଦ: ୪ ଗିରଫ

Tirupati Laddu Scam: ତିରୁପତି ଲଡୁ ବିବାଦ ମାମଲାରେ CBI'ର ବଡ଼ କାର୍ଯ୍ୟାନୁଷ୍ଠାନ । ଘଟଣାର ତଦନ୍ତ କରିବା ସହ ୪ ଜଣ କର୍ମଚାରୀଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତି ଘିଅ ଯୋଗାଣକାରୀ ସଂସ୍ଥାର କର୍ମଚାରୀ । ତଦନ୍ତରୁ ଜଣାପଡିଛି ଯେ ଲଡୁ ତିଆରି ପାଇଁ ଅପମିଶ୍ରିତ ଘିଅ ବ୍ୟବହାର କରାଯାଇଥିଲା ଏବଂ ନକଲି ଡକ୍ୟୁମେଣ୍ଟ ଏବଂ ସିଲ୍ ବ୍ୟବହାର କରି ଟେଣ୍ଡର ହାସଲ କରାଯାଇଥିଲା।

ଏହି ଦୁର୍ନୀତିରେ ସିବିଆଇ ଚାରି ଜଣଙ୍କୁ ଗିରଫ କରିଛି: ବିପିନ ଜୈନ ଯିଏ ହେଉଛନ୍ତି ଭୋଲେ ବାବା ଡେରୀର ପୂର୍ବତନ ନିର୍ଦ୍ଦେଶକ
ପୋମିଲ ଜୈନ - ଭୋଲେ ବାବା ଡେରୀର ଅନ୍ୟ ଜଣେ ଅଧିକାରୀ
ଅପୂର୍ବ ବିନୟ କାନ୍ତ ଚାୱଡା - ବୈଷ୍ଣବୀ ଡେରୀର ସିଇଓ
ରାଜୁ ରାଜଶେଖରନ - ଏଆର ଡେରୀର ଏମଡି

Tirupati Laddu Scam

ସମସ୍ତଙ୍କ ବିରୁଦ୍ଧରେ ଭେଜାଳ ଘିଅ ଯୋଗାଣ ଏବଂ ଟେଣ୍ଡରରେ ଠକେଇ ଅଭିଯୋଗ ହୋଇଛି। ସିବିଆଇ ଏହି ଚାରି ଅଭିଯୁକ୍ତଙ୍କୁ ତିରୁପତିରେ 3 ଦିନ ଧରି ପଚରାଉଚରା କରିବା ପରେ ଗରିଫ କରାଯାଇଛି । ଯାହା ପରେ ଘିଅ ଯୋଗାଣ ପାଇଁ ନକଲି କାଗଜପତ୍ର ଏବଂ ସିଲ୍ ବ୍ୟବହାର କରାଯାଇଥିବା ସ୍ପଷ୍ଟ ହୋଇଥିଲା । ବୈଷ୍ଣବୀ ଡେରୀ ଭୋଲେ ବାବା ଡେରୀ ନାମରେ ଘିଅ ଯୋଗାଣ କରିବାକୁ ଦାବି କରିଥିଲା, କିନ୍ତୁ ଭୋଲେ ବାବା ଡେରୀ ଏତେ ପରିମାଣରେ ଘିଅ ଯୋଗାଣ କରିପାରି ନଥିଲା। ମିଥ୍ୟା କାଗଜପତ୍ର ମାଧ୍ୟମରେ ଭେଜାଳ ଘିଅର ପଠାଣକୁ ବୈଧ ବୋଲି ଦର୍ଶାଇବାକୁ ଚେଷ୍ଟା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+