ଆସନ୍ତାକାଲି ପିଏମ-ଜିକେଏୱାଇ ଯୋଜନା ଅଧୀନରେ CBDC ମୁଦ୍ରା ଖାଦ୍ୟ ସବ୍ସିଡ୍ ବଣ୍ଟନ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯିବ
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଆସନ୍ତାକାଲି କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା-CBDC ଖାଦ୍ୟ ସବ୍ସିଡ୍ ବଣ୍ଟନ ପାଇଲଟ୍ ପ୍ରକଳ୍ପ ଆରମ୍ଭ କରାଯିବ । ପୁଡୁଚେରୀଠାରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଉପରାଜ୍ୟପାଳ କେ.କୈଳାସନାଥନ, ମୁଖ୍ୟମନ୍ତ୍ରୀ ଏନ୍.ରଙ୍ଗାସ୍ୱାମୀ ଏବଂ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ନିମୁ ବେନ୍ ଜୟନ୍ତୀଭାଇ ବାମ୍ଭାନିଆ ପ୍ରମୁଖ ଯୋଗଦେଇ ଏହି ପ୍ରକଳ୍ପର ଶୁଭାରମ୍ଭ କରିବେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରି ଡିଜିଟାଲ୍ ମୁଦ୍ରା ଟୋକନ୍ ବ୍ୟବସ୍ଥାରେ ଚିହ୍ନଟ ହିତାଧିକାରୀଙ୍କ ଡିଜିଟାଲ୍ ୱାଲଟ୍ରେ ଖାଦ୍ୟ ସବ୍ସିଡ୍ ବାବଦ ଅର୍ଥ ପ୍ରଦାନ କରାଯିବ। କେବଳ ଅଧିକୃତ ବ୍ୟବସାୟୀ ଏବଂ ଉଚିତ ମୂଲ୍ୟ ଦୋକାନ ଆଧାରିତ ଅଧିକାରପ୍ରାପ୍ତ ଖାଦ୍ୟଶସ୍ୟ କ୍ରୟ ପାଇଁ ଏହି ଡିଜିଟାଲ ମୁଦ୍ରା ଟୋକନକୁ ବ୍ୟବହାର କରାଯାଇ ପାରିବ ବୋଲି ଆର୍ବିଆଇ କହିଛି । ପୁଡୁଚେରୀ ସରକାର, ଆର୍ବିଆଇ, ସାର୍ବଜନୀ ଆର୍ଥିକ ପରିଚାଳନା ପ୍ରଣାଳୀ ଏବଂ କାନାରା ବ୍ୟାଙ୍କର ସମ୍ମିଳିତ ଉଦ୍ୟମରେ ଏହି ପାଇଲଟ୍ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି ।












Click it and Unblock the Notifications