ବ୍ୟାଙ୍କରେ କାମ କରିବା ବେଳେ ଆସିଲା ହାର୍ଟ ଆଟାକ୍, ଚାଲିଗଲା କର୍ମଚାରୀଙ୍କ ଜୀବନ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ମହୋବାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବ୍ୟାଙ୍କରେ କାମ କରୁଥିବା ବେଳେ ଜଣେ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ବ୍ୟାଙ୍କ କର୍ମଚାରୀଙ୍କ ନାମ ରାଜେଶ କୁମାର ସିନ୍ଦେ ବୟସ ୩୦ ବର୍ଷ ପାଖାପାଖି ହେବ ବୋଲି କୁହାଯାଉଛି । ଚେୟାରରେ ବସି ବ୍ୟାଙ୍କ କର୍ମଚାରୀଙ୍କ ହଠାତ୍ ମୃତ୍ୟୁ ହେବାର ଏକ ଭିଡିଓ ସାମ୍ନାକୁ ଆସିଛି ।
୫ ମିନିଟ୍ ୨୫ ସେକେଣ୍ଡ୍ ଭିଡିଓରେ, ଜଣେ ଏଚଡିଏଫସି କର୍ମଚାରୀ ତାଙ୍କ କାମ କରୁଥିବା ସମୟରେ ହଠାତ୍ ଚ୍ୟେୟାରରୁ ଖସିପଡିଥିଲେ । ଆଉ ତଳେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ସୁଚାନୁସାରେ ଉତ୍ତର ପ୍ରଦେଶ ମହୋବା ବ୍ରାଞ୍ଚରେ ରାଜେଶ କୁମାର ସିନ୍ଦେ ନାମକ ଜଣେ ୩୦ ବର୍ଷୀୟ ଯୁବକ ଏଚଡିଏଫସି ବ୍ୟାଙ୍କର କାର୍ଯ୍ୟ କରୁଥିଲେ । ସବୁଦିନ ପରି ସେ ସେଦିନ ମଧ୍ୟ ଅଫିସ୍ ଯାଇଥିଲେ ଆଉ ନିଜ କାର୍ଯ୍ୟ କରୁଥିଲେ ।

ହେଲେ ଲାପଟପରେ କୌଣସି କାମ କରିବା ବେଳେ ସେ ହଠାତ୍ କାମ ଛାଡ଼ି ଚେୟାରରେ ମୁଣ୍ଡକୁ ଆଉଜି ଶୋଇ ଯାଇଥିଲେ । କିଛି ସମୟରେ ନିକଟରେ ଥିବା ସହକର୍ମଚାରୀମାନେ ତୁରନ୍ତ ତାଙ୍କୁ ପାଣି ଦେବା ସହ ଆରାମ ଦେବା ପାଇଁ ଏକ ସ୍ଥାନରେ ଶୁଆଇ ଦେଇଥିଲେ । କିଛି ସମୟ ପରେ ମଧ୍ୟ ସେ ଉଠିନଥିଲେ । ତେଣୁ ସାଥି କର୍ମଚାରୀ ସିପିଆର ଦେବା ସହିତ ସହିତ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।












Click it and Unblock the Notifications