ଦିଲ୍ଲୀ ହାଇକୋର୍ଟ ବିଚାରପତିଙ୍କ ଘରେ ନଗଦ ଟଙ୍କା ଠୁଳ ମାମଲା ; ଭିଡିଓ ସାର୍ବଜନୀନ କଲେ ସୁପ୍ରିମକୋର୍ଟ

ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରେ ନଗଦ ଟଙ୍କା ଠୁଳ ମାମଲା। ବିଚାରପତିଙ୍କ ଘରେ ନିଆଁ ଲାଗିବା ଘଟଣାର ଏକ ଭିଡିଓ ସାର୍ବଜନୀନ କରିଛନ୍ତି ସୁପ୍ରିମକୋର୍ଟ। ଏହି ଭିଡିଓରେ ବିପୁଳ ପରିମାଣର ନଗଦ ଟଙ୍କା ଠାବ ହୋଇଥିବା ଦେଖିବାକୁ ମିଳିଛି ।

Delhi High Court judg

ଦିଲ୍ଲୀ ପୁଲିସ ଏହାକୁ ରେକର୍ଡ ମଧ୍ୟ କରିଛି । ଏଥିସହ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ପ୍ରାରମ୍ଭିକ ଯାଞ୍ଚ ରିପୋର୍ଟ ଓ କିଛି ଫଟୋ ମଧ୍ୟ ସାର୍ବଜନୀନ କରାଯାଇଛି । ଏ ବାବଦର ୨୫ ପୃଷ୍ଠାର ରିପୋର୍ଟ ସହିତ ଜଳୁଥିବା ନୋଟର ଫଟୋ ଓ ଭିଡିଓ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ ହୋଇଛି। ଏହି ଭିଡିଓଟି ୧ ମିନିଟ୍ ୭ ସେକେଣ୍ଡର, ଯେଉଁଥିରେ ନୋଟ୍ ଜଳୁଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ଅଗ୍ନିଶମ କର୍ମଚାରୀ ମାନେ ସଫେଇ କରୁଥିବା ଭିଡିଓରେ ଦେଖାଯାଉଛି।

ସେପଟେ ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ପାଇଁ ଗଠନ ହୋଇଛି କମିଟି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ସଂଜୀବ ଖାନ୍ନା, ଏକ ୩ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ବର୍ମାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ନିଆଁ ଲାଗିଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଥିଲା। ତେବେ ଏହି ସମୟରେ ବିପୁଳ ନଗଦ ଟଙ୍କା ଠାବ ହୋଇଥିବା ଚର୍ଚ୍ଚା ହୋଇଥିଲା। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ପକ୍ଷରୁ ମଧ୍ୟ ଏକ ଅନ୍ତରୀଣ ତଦନ୍ତ ମାର୍ଚ୍ଚ ୨୦ରେ ଆରମ୍ଭ ହୋଇଥିଲା। ଏସବୁ ଭିତରେ ଜଷ୍ଟିସ୍ ବର୍ମାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯିବା ବିବାଦକୁ ବଢ଼ାଇ ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+