CBI ଟାର୍ଗେଟରେ ମହୁଆ ମୋଇତ୍ରା: କୋଲକତାର ଏକାଧିକ ସ୍ଥାନରେ ଚଢାଉ
CBI Raid: CBI ଟାର୍ଗେଟରେ TMC ନେତ୍ରୀ ମହୁଆ ମୋଇତ୍ରା । ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଆଜି ମହୁଆଙ୍କ କୋଲକତା ସ୍ଥିତ ଘର ସମେତ ଅନେକ ସ୍ଥାନରେ ଏକକାଳୀନ ରେଡ୍ କିଛି ସିବିଆଇ । ସୂଚନା ଅନୁସାରେ, ସିବିଆଇ ଗୁରୁବାର ଦିନ ମୁହାଇଙ୍କର ବିରୋଧରେ ଏକ ମାମଲା ରୁଜୁ କରିଛି । ଯାହା ପରେ ଆଜି ତାଙ୍କ ଘର ସମେତ ଅନେକ ସ୍ଥାନରେ ରେଡ୍ କରିଛି ।

ନିକଟରେ ତାଙ୍କୁ ଲୋକସଭା ସାଂସଦ ପଦରୁ ବହିଷ୍କୃତ କରାଯାଇଥିଲା । ବୈଦେଶିକ ମୁଦ୍ରା ପରିଚାଳନା ଆଇନ ଉଲ୍ଲଂଘନ ମାମଲାରେ ତୃଣମୂଳ କଂଗ୍ରେସ ନେତ୍ରୀ ମୋଇତ୍ରାଙ୍କୁ ଇଡି ମଧ୍ୟ ସମନ ଜାରି କରିଥିଲା । 19 ଫେବୃଆରୀରେ ନୂଆଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହାଜିର ହେବା ପାଇଁ ନୋଟିସ୍ ଜାରି କରାଯାଇଥିଲା ।
ବର୍ତ୍ତମାନ ସିବିଆଇ ଏହି ମାମଲାର ଯାଞ୍ଚ କରୁଛି । ଲୋକପାଳ ଏଜେନ୍ସି ଦ୍ୱାରା ସିବିଆଇକୁ ଏକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୬ ମାସ ମଧ୍ୟରେ ତାଙ୍କ ବିରୋଧରେ ସବିଶେଷ ତଥ୍ୟ ଦାଖଲ କରିବା ପାଇଁ ଲୋକପାଳଙ୍କ ପକ୍ଷୁ ନିର୍ଦ୍ଦେଶ ଦିଆଯାଇଛି ।












Click it and Unblock the Notifications