୨୫ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ
Cases Registered Against 25 Celebrities: ୨୫ ସେଲିବ୍ରିଟିଙ୍କ ନାଁରେ ମାମଲା ରୁଜୁ କରିଛି ତେଲେଙ୍ଗାନା ପୋଲିସ । ସାଇବରାବାଦର ମିୟାପୁର ପୋଲିସ ବେଟିଂ ଆପକୁ ପ୍ରୋତ୍ସାହିତ କରିବା ଅଭିଯୋଗରେ ଜଣାସୁଣା ଅଭିନେତା ରାଣା ଦଗ୍ଗୁବତୀ, ପ୍ରକାଶ ରାଜ, ବିଜୟ ଦେବରାକୋଣ୍ତା, ମାଞ୍ଚୁ ଲକ୍ଷ୍ମୀ ଏବଂ ନିଧି ଅଗ୍ରୱାଲ ସମେତ ୨୫ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି । ତେବେ ଜୁଆ କାର୍ଯ୍ୟକଳାପ ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟାନୁଷ୍ଠାନ ମଧ୍ୟରେ ଏହି ମାମଲା ରୁଜୁ କରିଛି ପୋଲିସ ।

ସୂଚନା ଅନୁସାରେ, ଅଭିନେତା ଏବଂ ମିଡିଆ ଇନଫ୍ଲୁଏନ୍ସରଙ୍କ ବିରୁଦ୍ଧରେ ଭାରତ ନ୍ୟାୟ ସଂହିତାର ଧାରା ୩୧୮(୪), ୧୧୨(ଆର/ଡବ୍ଲୁ) ୪୯, ତେଲେଙ୍ଗାନା ରାଜ୍ୟ ଗେମିଂ ଆଇନ ଧାରା ୪ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୬-ଡି ଅନୁଯାୟୀ, ସେଲିବ୍ରିଟିଙ୍କ ପ୍ରମୋସନକୁ ବିଶ୍ବାସ କରି ଲୋକେ ଠକେଇର ଶିକାର ହେଉଥିବା ନେଇ ଅଭିଯୋଗ ହୋଇଛି । ତେବେ ବେଆଇନ ଗେମିଂ ପ୍ରୋତ୍ସାହନ ଏବଂ ଅନଲାଇନ୍ ପ୍ରତାରଣାକୁ ନେଇ ଜଣେ ବ୍ୟବସାୟୀ ମାମଲା ରୁଜୁ କରିବା ପରେ ସେଲିବ୍ରିଟିଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ।












Click it and Unblock the Notifications