ସାଂସଦଙ୍କୁ ଠେଲିଦେବା ମାମଲା; ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ବଢ଼ିଲା ରାହୁଲଙ୍କ ଅଡ଼ୁଆ !
ଡିସେମ୍ବର ୧୯ରେ ସଂସଦ ପରିସରରେ ବିଜେପିର ଦୁଇ ଜଣ ସାଂସଦଙ୍କୁ ଧକ୍କା ମାରି ଆହତ କରିଥିବା ଅଭିଯୋଗରେ ରାହୁଲ ଗାନ୍ଧିଙ୍କ ନାଁରେ ହୋଇଥିବା ମାମଲାର ତଦନ୍ତ ଦିଲ୍ଲୀ ପୁଲିସ୍ର କ୍ରାଇମବ୍ରାଞ୍ଚ କରିବ। ବିଜେପି ସାଂସଦଙ୍କ ଅଭିଯୋଗକ୍ରମେ ଗତକାଲି ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ମାମଲା କରିଥିଲା। ଏବେ ଏହାର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ପୂରା ଘଟଣାର ତଦନ୍ତ ମଧ୍ୟ ଆରମ୍ଭ କରିଛି।

ବିଜେପିର ଅଭିଯୋଗକ୍ରମେ ଦିଲ୍ଲୀ ପୁଲିସ୍ ରାହୁଲ ଗାନ୍ଧିଙ୍କ ନାଁରେ ଉଦ୍ଦେଶ୍ୟମୂଳକ ଭାବେ ଗଭୀର ଆଘାତ ଦେବା, ଅନ୍ୟର ଜୀବନ ପ୍ରତି ତଥା ବ୍ୟକ୍ତିଗତ ସୁରକ୍ଷାରେ ବିପଦ ସୃଷ୍ଟି କରିବା, ଅପରାଧିକ କାର୍ଯ୍ୟକଳାପ ଦ୍ଵାରା ଅନ୍ୟକୁ ଭୟଭୀତ କରାଇବା ଭଳି ଗମ୍ଭୀର ଦଫା ଲଗାଇ ମାମଲା କରିଥିଲା।
ଗୁରୁବାର ସଂସଦର ମକର ଦ୍ୱାର ନିକଟରେ ପୂରା ଘଟଣା ଘଟିଥିଲା। ରାହୁଲ ଗାନ୍ଧିଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ଲୋକସଭା ଭିତରକୁ ଯାଉଥିଲେ। ଏହି ସମୟରେ ପ୍ରବେଶ ପଥର ପାହାଚରେ ବିଜେପି ସାଂସଦମାନେ ବିକ୍ଷୋଭ କରୁଥିଲେ। ଦୁଇ ପକ୍ଷ ସାଂସଦ ଗୋଟିଏ ସ୍ଥାନରେ ପହଞ୍ଚିବାରୁ ମୁହାଁମୁହିଁ ସ୍ଥିତି ହୋଇଥିଲା।
ଏହି ସମୟରେ ରାହୁଲ ଗାନ୍ଧି କୁଆଡ଼େ ୬୯ ବର୍ଷୀୟ ବିଜେପି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ବ୍ୟତୀତ ବିଜେପିର ଅନ୍ୟ ଜଣେ ସାଂସଦ ମୁକେଶ ରାଜପୁତ ମଧ୍ୟ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ରାମ ମନୋହର ଲୋହିଆ ହସ୍ପିଟାଲରେ ଭର୍ତ୍ତି କର।ଯାଇଥିଲା।












Click it and Unblock the Notifications