କ୍ୟାନସର ସୃଷ୍ଟି କରୁଛି ଡାବର ଇଣ୍ଡିଆ ପ୍ରଡକ୍ଟ! ଅଭିଯୋଗ ଆଣିଲେ ଆମେରିକା-କାନାଡ଼ା ଗ୍ରାହକ
Dabur Row: ଆମେରିକା ଏବଂ କାନାଡାରେ ଡାବରର ତିନୋଟି ସହାୟକ କମ୍ପାନୀ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି। ଗ୍ରାହକ ଅଭିଯୋଗ କରିଛନ୍ତି ଯେ କମ୍ପାନୀର ହେଆର ପ୍ରଡକ୍ଟ ଓଭାରି କ୍ୟାନ୍ସର ଏବଂ ଗର୍ଭାଶୟ କର୍କଟ ସୃଷ୍ଟି କରୁଛି । ଯାହା ପରେ ଡାବର ଇଣ୍ତିଆ ଏକ ରିପୋର୍ଟ ପ୍ରକାଶ କରିଛି ।
ଅଭିଯୋଗ ଅନୁସାରେ, କମ୍ପାନୀର ହେୟାର ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଓଭାରି ଏବଂ ଗର୍ଭାଶୟ କର୍କଟ ସମେଚ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି । ଯାହା ପରେ ଆମେରିକାରେ କିଛି ଗ୍ରାହକ ଡାବର କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛନ୍ତି ।

ସୂଚନା ଅନୁସାରେ, ଡାବର ଇଣ୍ତିଆର ସହାୟକ କମ୍ପାନୀ ନମସ୍ତେ ଲାବୋରେଟୋରୀ ଡିର୍ମୋଭିଭା ସ୍କୁନ୍ ଏସେନସିଆଲ୍ସ ଏବଂ ଡାବର ଇଣ୍ଟରନ୍ୟାସନାଲ ସମେତ ଅନେକ କମ୍ପାନୀ ବିରୋଦ୍ଧରେ ଇଲିନୋଇସର ଆମେରିକୀୟ ଜିଲ୍ଲା କୋର୍ଟରେ ପ୍ରାୟ ୫,୪୦୦ଟି ମାମଲା ରୁଜୁ ହୋଇଛି । ବର୍ତ୍ତମାନ ଏହି ମାମଲା ବିଚାରଧିନ ରହିଛି । ହେଲେ ଏହି ଅଭିଯୋଗର କୌଣସି ପ୍ରମାଣ ବର୍ତ୍ତମାନ ପର୍ଯ୍ୟନ୍ତ ମିଳି ନାହିଁ । ସମସ୍ତ ପ୍ରକାରର ଯାଞ୍ଚ ପରେ ହିଁ କୋର୍ଟ ପକ୍ଷରୁ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ରହିଛି ।
ଏହାରି ମଧ୍ୟରେ,Food and Drug Administration କେଶକୁ ସିଧା କରିବା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଛି । ଏପରି କରିବା ଦ୍ୱାରା ହରମୋନ୍ ସମ୍ବନ୍ଧୀୟ କର୍କଟ ସହିତ ଜଡିତ ଏବଂ ଦୀର୍ଘ ସମୟ ମଧ୍ୟରେ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ବୋଲି କୁହାଯାଇଛି ।
ଡାବରର ସହାୟକ କମ୍ପାନୀଗୁଡିକ ବିରୋଧରେ ମାମଲା ରୁଜୁ ହେବା ପରେ ଗୁରୁବାର ସକାଳେ ଷ୍ଟକ ମାର୍କେଟରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଆଜି ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (NSE) ରେ ଡାବର ସେୟାର କମ୍ ଖୋଲିଥିଲା ଏବଂ ବାଣିଜ୍ୟ ସମୟରେ ସେୟାର ପିଛା 520.50 ଟଙ୍କା ଛୁଇଁଛି । ତେବେ ଆଗାମୀ ଦିନରେ ମଧ୍ୟ ଡାବରର ଷ୍ଟକ୍ ପ୍ରାଇଜ୍ ଆହୁରି କମିବ ବୋଲି ଆଶଙ୍କା କରାଯାଉଛି ।












Click it and Unblock the Notifications