କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାର ମାମଲା ; ଜରୁରୀ ଚିକିତ୍ସା ଛାଡ଼ି ଅନ୍ୟ ସବୁ ସେବା ବନ୍ଦ, ଆନ୍ଦୋଳନରେ ଡାକ୍ତର

କଲକାତାର ରାଧାଗୋବିନ୍ଦ କର (ଆରଜି କର) ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ବଳତ୍କାର ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହୋଇଛି। ଭାରତୀୟ ମେଡିକାଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ନ୍ୟାୟ ଦାବିରେ ଆନ୍ଦୋଳନ କରିବାକୁ ଅଣ୍ଟାଭିଡ଼ିଛି। ଆଜିଠୁ ୨୪ ଘଣ୍ଟିଆ ସେବା ବନ୍ଦ କରି ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି।

Kolkata Doctor

ରାଜ୍ୟର ସମସ୍ତ ଭେଷଜ ମହାବିଦ୍ୟାଳୟ ଏବଂ ଜିଲା ମୁଖ୍ୟ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏଥିରେ ସାମିଲ ହେବେ। କେବଳ ଜରୁରୀକାଳୀନ ସେବାକୁ ବାଦ୍‌ ଦେଇ ଅନ୍ୟ ସବୁ କାର୍ଯ୍ୟ (ରୁଟିନ୍‌ ୱାର୍କ) ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ରାଜ୍ୟ ନୁହେଁ ସମଗ୍ର ଦେଶରେ ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। ଅନ୍ୟପକ୍ଷରେ ଓମ୍‌ସା ମଧ୍ୟ ଏହି ଘଟଣାକୁ ନେଇ ପୂର୍ବରୁ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଥିବାବେଳେ ଆଜି ସନ୍ଧ୍ୟାରେ ମହମବତି ଜାଳି ପ୍ରତିବାଦ କରିବ।

ଆଜି ସକାଳ ୬ଟାରୁ ରବିବାର ସକାଳ ୬ଟା ପର୍ଯ୍ୟନ୍ତ ଆନ୍ଦୋଳନ କରିବେ ଡାକ୍ତର। ଗୋଟିଏ ପଟେ ରାଜ୍ୟରେ ଡାକ୍ତରଙ୍କ ଅଭାବ ଥିବାବେଳେ ରାଜ୍ୟରେ ଆଇଏମ୍‌ଏରେ ଥିବା ପ୍ରାୟ ୭ ହଜାର ଡାକ୍ତର ଯଦି ଆନ୍ଦୋଳନ କରନ୍ତି ତେବେ ନିଶ୍ଚିତଭାବେ ରୋଗୀ ସେବା ବ୍ୟାହତ ହେବ। ଜରୁରୀକାଳୀନ ସେବା ଛାଡ଼ି ବହିର୍ବିଭାଗରୁ ନେଇ ଓଟି, ଅନ୍ୟାନ୍ୟ ସେବା ସ୍ଥଗିତ ରଖିବେ ବୋଲି ଆଇଏମ୍‌ଏ ଓଡ଼ିଶା ଶାଖା ସାଧାରଣ ସମ୍ପାଦକ ଡା. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଓମ୍‌ସା ସଭାପତି ଡା. ନାରାୟଣ ରାଉତ କହିଛନ୍ତି ଯେ ରୋଗୀ ତଥା ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ସ୍ବାର୍ଥ ଦୃଷ୍ଟିରୁ ପୂର୍ବଭଳି ସେବା କାର୍ଯ୍ୟ ଜାରି ରହିବ। କଲକାତାର ମହିଳା ଡାକ୍ତରଙ୍କ କ୍ଷେତ୍ରରେ ଏହି ଘଟଣାରେ ପୂର୍ବରୁ ଓମ୍‌ସା କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ କରୁଥିବାବେଳେ ଆସନ୍ତାକାଲି ମହମବତି ଜାଳି ପ୍ରତିବାଦ କରିବ। ଡିଏମ୍‌ଇଟି ଡା. ସନ୍ତୋଷ ମିଶ୍ର କହିଛନ୍ତି, ସରକାରୀ ଚାକିରିରେ ଥିବା ଡାକ୍ତର ଆନ୍ଦୋଳନ କରିବେନି। କେବଳ ମେଡିକାଲ କଲେଜ ଜୁନିଅର ଡାକ୍ତର ଓ ହାଉସ ସର୍ଜନ ଆନ୍ଦୋଳନ କରିବା ନେଇ ଜଣାଇଛନ୍ତି। ଜରୁରୀକାଳୀନ କାମ ସମସ୍ତେ କରିବେ ଏବଂ ସିନିଅର ଡାକ୍ତରମାନେ ଉଭୟ ବହିର୍ବିଭାଗ ଏବଂ ଅନ୍ତଃ ବିଭାଗ କାର୍ଯ୍ୟ କରିବେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+