ମୁଖ୍ୟମନ୍ତ୍ରୀଙ୍କ ଆବାସ ଦୁର୍ବ୍ୟବହାର ମାମଲାରେ ପୋଲିସକୁ ବୟାନ ଦେଲେ ଶ୍ୱାତୀ ମାଲିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଏଙ୍କ ଅସଦାଚରଣ ନେଇ ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି । ଦୀର୍ଘ ସମୟର ଅପେକ୍ଷା କରିବା ପରେ ରାଜ୍ୟ ସଭା ଏମପି ଶ୍ୱାତି ମାଲିୱାଲ ଶେଷରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘର ନିକଟରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ଗୁରୁବାର ତାଙ୍କ ଲିଖିତ ଅଭିଯୋଗ ଦେଇଛନ୍ତି ।
ମେ ୧୩ ରେ ମୁଖ୍ୟମନ୍ତ୍ରୀଙ୍କ ଘର ଲବିରେ ତାଙ୍କ ପିଏ ବୈଭବଙ୍କ ଦ୍ୱାରା ହୋଇଥିବା ଆକ୍ରମଣ ସମ୍ପର୍କରେ ସେ ସମ୍ପୂର୍ଣ୍ଣ ସୂଚନା ଦେଇଛନ୍ତି । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲର ଟିମ ଗୁରୁବାର ଦିନ ପ୍ରାୟ ୧ଟା ୫୦ ସମୟରେ ଶ୍ୱାତି ମାଲିୱାଲଙ୍କ ଘରେ ପହଞ୍ଚିଥିଲେ । ସ୍ପେଶାଲ ସେଲ ଟିମ ତାଙ୍କ ସୁରକ୍ଷା ବ୍ୟବସ୍ଥା ସମେତ ଅନେକ ପ୍ରସଙ୍ଗରେ ତାଙ୍କ ସହ କଥା ହୋଇଥିଲେ ।
ଦିଲ୍ଲୀ ପୋଲିସ ସୁଚନା ମୁତାବକ ସ୍ୱାତୀ ମାଲିୱାଲ ୧୩ ମେ ସୋମବାର ପୁରା ଘଟଣାକ୍ରମ ପୋଲିସକୁ କହିଥିଲେ । ସୂଚନା ମୁତାବକ ସ୍ୱାତି ମାଲିୱାଲ ସ୍ପେଶାଲ ସେଲର ଆଡିଶନାଲ ସିପି ପ୍ରମୋଦ କୁଶୱାହ ଓ ଆଡିଶନାଲ ଡିସିପି ନର୍ଥ ଅଞ୍ଜିତାଙ୍କ ଆଗରେ ତାଙ୍କ ବୟାନ ରେକର୍ଡ କରାଇଛନ୍ତି । ଏଥିରେ କେଉଁ ପରିସ୍ଥିତିରେ ସେ ପିସିଆର କଲ କରିଥିଲେ ସେ ସମ୍ପର୍କରେ ମଧ୍ୟ ପୋଲିସକୁ କହିଛନ୍ତି । ଏବେ ପୋଲିସ ଶ୍ୱାତୀଙ୍କ ବୟାନ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

ଘଟଣା ମେ ୧୩ ତାରିଖର ଥିଲା । ପୋଲିସ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଆବାସରୁ ଦିଲ୍ଲୀ ପୋଲିସ ପିସିଆରକୁ କଲ ଆସିଥିଲା । ଯିଏ କଲ କରିଥିଲେ ସେ ନିଜକୁ ଶ୍ୱାତୀ ମାଲିୱାଲ ବୋଲି କହୁଥିଲେ । ସେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ତାଙ୍କ ସହ ମାରପିଟର ଅଭିଯୋଗ କରୁଥିଲେ । ଏହି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ ପିଏ ବିଭବ କୁମାରଙ୍କ ବିରୋଧରେ ଥିଲା ।
ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟକ ବୈଭବଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ସ୍ୱାତୀ ମାଲିୱାଲ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କିପରି ସେ ତାଙ୍କ ସହ ଅସଦାଚରଣ କରିଥିଲେ ତାହା ପୂରା ଘଟଣାକୁ ଜଣାଇଛନ୍ତି । ଅଭିଯୋଗରେ ପୁଲିସ ବିଭବ କୁମାରଙ୍କ ନାମ ଉଲ୍ଲେଖ କରିଛି । ଲିଗାଲ ଟିମ୍ ସହ କଥା ହେବା ପରେ ଦିଲ୍ଲୀ ପୁଲିସ ଖୁବଶୀଘ୍ର ଏଫଆଇଆର ରୁଜୁ କରିବ ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍












Click it and Unblock the Notifications