ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗାଜର ,ଜାଣଛନ୍ତି କି ଆପଣ ?
ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ଗାଜର ? ଗାଜର ଖାଇବା ଭଲ କି ? ଦିନକୁ କେତେ ପରିମାଣରେ ଗାଜର ଖାଇବା ଭଲ ? ଆପଣ ଜାଣଛନ୍ତି କି ? ତେବେ ଆମେ ପ୍ରତିଦିନ କିଛି ନା କିଛି ଖାଦ୍ୟରେ ଗାଜର ଖାଇଥାଉ ତେବେ ଏହାକୁ ପ୍ରବଳ ମାତ୍ରରେ ଖାଇବା ଭଲ କି ? ତେବେ ଆସନ୍ତୁ ଏହି ସବୁ ବିଷୟରେ ଜାଣିବା...
ଗାଜର ଶରୀର ପାଇଁ ବେଶ୍ ଉପକାରୀ ସାବ୍ୟସ୍ତ ହୋଇଥାଏ। ଥାଏ। ଏହାସହ କର୍କଟ ପରି ରୋଗରୁ ରକ୍ଷା କରିଥାଏ। ଗାଜରରେ ପୋଷକ ତତ୍ତ୍ବ, ଭିଟାମିନ-ଏ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଥିବାରୁ ତାହା ଶରୀର ପାଇଁ ଲାଭଦାୟକ ରହିଥାଏ। ପ୍ରତିଦିନ ଗୋଟିଏ ଗାଜର ଖାଇଲେ ସୌନ୍ଦର୍ଯ୍ୟ ବୃଦ୍ଧି ଘଟେ। ଏହାଛଡା ଗାଜର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

ଗାଜରରେ ଥିବା ଲ୍ୟୁଟିନ ଓ ଲାଇକୋପିନ ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଗାଜରରେ ଫାଇବର ପର୍ଯ୍ୟାପ୍ତ ପରିମାଣରେ ଥିବାରୁ ଶରୀରରେ ଓଜନ ହ୍ରାସ ଘଟେ। ଗାଜର ଖାଇବା ଦ୍ୱାରା ଶରୀରରେ କ୍ୟାଲସିୟମ ମାତ୍ରା ବୃଦ୍ଧି ହୋଇଥାଏ। ସ୍ତନ କର୍କଟ ରୋଗୀଙ୍କ ପାଇଁ ଗାଜର ଉପକାରୀ ଅଟେ। ରକ୍ତକୁ ସଫା ରଖିବାରେ ଗାଜର ଅତି ଉପକାରୀ ହୋଇଥାଏ।












Click it and Unblock the Notifications