ପାଣିରେ ବୁଡି ଗଲା କାର୍‌,ଗୋଟିଏ ପରିବାରର ୪ ମୃତ

ଛତିଶଗଡର ଜଗଦଲପୁରରୁ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଏକ ଖବର ସାମ୍ନାକୁ ଆସିଛି । ଦରଭା ଥାନା ଅନ୍ତର୍ଗତ କାଙ୍ଗେର ଘାଟୀରେ ମଙ୍ଗଳବାର ଏକ କାର୍‌ ପ୍ରବଳ ବର୍ଷା ପରେ ସୃଷ୍ଟି ବନ୍ୟା ଜଳରେ ଭାସି ଯାଇଛି । ଏହି କାର୍‌ରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି । ସମସ୍ତ ମୃତକ ଗୋଟିଏ ପରିବାରର । ସମସ୍ତେ କାର୍‌ରେ ତୀରଥଗଡ ବୁଲିବାକୁ ଯାଉଥିଲେ । ପରିବାର ଲୋକେ ଦୁର୍ଘଟଣାର ଖବର ପାଇବା ପରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । କାର୍‌ରେ ସ୍ୱାମୀ-ସ୍ତ୍ରୀ ଓ ସେମାନଙ୍କ ୨ ଶିଶୁ ଥିଲେ । ଅନେକ ଘଣ୍ଟା ଚେଷ୍ଟା କରିବା ପରେ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାମିଲନାଡୁର ବାସିନ୍ଦା ଏହି ପରିବାର ବର୍ଷା ପାଗରେ ଝରଣା ସ୍ଥାନ ବୁଲିବା ପାଇଁ ଓ ଆନନ୍ଦ ନେବା ପାଇଁ ତୀରଥଗଡ ଜଳପ୍ରପାତ ବୁଲିବାକୁ ଯାଉଥିଲେ । କାର୍‌ରେ ୪୩ ବର୍ଷୀୟ ରାଜେଶ ରାୟପୁରରେ ରହି ଠିକାଦାର କାମ କରୁଥିଲେ ।

road accident

ମଙ୍ଗଳବାର ରାଜେଶ ନିଜ ପତ୍ନୀ ପବିତ୍ରା (୪୦), ୨ ଝିଅ (୭)(୪) ବର୍ଷୀୟଙ୍କୁ ନେଇ ବୁଲିବାକୁ ଯାଉଥିଲେ । କାର୍‌ଟି ହଠାତ୍‌ କାଙ୍ଗେର ଘାଟୀ ନିକଟରେ ପହଞ୍ଚିବା ବେଳେ ପ୍ରବଳ ବର୍ଷା ପରେ ବନ୍ୟା ଜଳ ରାସ୍ତା ଉପରେ ଖୁବ୍‌ ଜୋର୍‌ରେ ପ୍ରବାହିତ ହେଉଥିଲା । ସେହି ଜଳରେ କାର୍‌ଟି ଭାସି ଯାଇଥିଲା । ୪ ଜଣଙ୍କ ଜୀବନ ରକ୍ଷା ପାଇଁ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ପାଣିରେ ବୁଡି ୪ ଜଣଙ୍କ ମୃତ୍ୟୁ ହୋଇସାରିଥିଲା । ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଗାଡି ଚାଳକ କୌଣସି ପ୍ରକାରେ ପହଁରି ପହଁରି ଗଛରେ ଚଢି ନିଜ ଜୀବନ ବଞ୍ଚାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+