ଟୋଲ ଫି' ମାଗିବାରୁ ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇଦେଲେ ଯୁବକ
ନୂଆଦିଲ୍ଲୀ: ଟୋଲ ଫି' ମାଗିବାରୁ ଘଟିଲା ଅଭାବନୀୟ କାଣ୍ଡ । ର୍କା ଚାଳକଜଣକ ଟୋଲ ଗେଟ୍ରେ ଥିବା ମହିଳା କର୍ମଚାରୀଙ୍କ ଉପରେ ମଡ଼ାଇ ଦେଲେ କାର । ଏପରି ଏକ ସାଂଘାତିକ ଘଟଣା ଦିଲ୍ଲୀ- ମେରଠ ଏକ୍ସପ୍ରେସ ୱେର କାଶୀ ଟୋଲ ପ୍ଲାଜାରେ ଘଟିଛି । ଏହି ଦୁର୍ଘଟଣାରେ ମହିଳା କର୍ମଚାରୀଜଣକ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛ ଏକ୍ସପ୍ରେସୱେରେ ଥିବା କାଶୀ ଟୋଲ ପ୍ଲାଜାରେ ଏହି ହୃଦୟ ବିଦାରକ ଘଟଣା ଘଟିଛି ।
ଯୁକ୍ତିତର୍କ ପରେ କାଶୀ ଟୋଲ ପ୍ଲାଜାର ଜଣେ ମହିଳା କର୍ମଚାରୀଙ୍କ ଉପରେ କାର ଚାଳକ ଗାଡ଼ି ଚଢ଼ାଇ ଦେବାରୁ ଏବେ ସେ ଗୁରୁତର ଆହତ ହୋଇଛନ୍ତି । ଟୋଲ ପ୍ଲାଜା ମ୍ୟାନେଜରଙ୍କ କହିବାନୁସାରେ, କାର ଡ୍ରାଇଭରଙ୍କଠାରୁ ଟୋଲ ମାଗିବା ପରେ ଝଗଡା ଆରମ୍ଭ ହୋଇଥିଲା ।

ଏହା ପରେ ବ୍ୟକ୍ତିଜଣକ ସେଠାରେ ଉପସ୍ଥିତ ଥିବା ଜଣେ ମହିଳା କର୍ମଚାରୀଙ୍କ ଉପରେ କାର ଚଢ଼ାଇ ସେଠାରୁ ଚାଲିଯାଇଥିଲେ । ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଯେ, ଜଣେ ମହିଳା କର୍ମଚାରୀ ର୍କା ସାମ୍ନାରେ ଛିଡ଼ା ହୋଇ ଗାଡ଼ିକୁ ଅଟକାଇଛନ୍ତି । ଅନ୍ୟ ଜଣେ ମହିଳା କର୍ମଚାରୀ ଗାଡ଼ିର ଡୋର ପାଖରେ ଛିଡ଼ା ହୋଇ ଚାଳକ ସହ କଥା ହେଉଛନ୍ତି ।
ଏହି ସମୟରେ ହଠାତ୍ ଚାଳକ ଗାଡ଼ିକୁ ଦ୍ରୁତଗତିରେ ନେଇ ଯାଉଛନ୍ତି । ଆଗରେ ଛିଡ଼ା ହୋଇଥିବା ମହିଳା କର୍ମଚାରୀ ଜଣକ ବି ଗାଡ଼ି ସହ ଘୋଷାରି ହୋଇ ଚାଲିଯାଇଛନ୍ତି । ଟୋଲ ପ୍ଲାଜା ପରିଚାଳକ ଅନିଲ ଶର୍ମା କହିଛନ୍ତି ଯେ, ଏକ ର୍କା ଦିଲ୍ଲୀ ଆଡୁ ଆସିଥିଲା । ଜଣେ ମହିଳା କର୍ମଚାରୀ ତାଙ୍କୁ ଟୋଲ ଦେବାକୁ କହିଥିଲେ । କିନ୍ତୁ ଡ୍ରାଇଭର ଟୋଲ୍ ନ ଦେଇ ମହିଳାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏହା ପରେ ଗାଡ଼ି ସାମ୍ନାରେ ଛିଡ଼ା ହୋଇଥିବା ମହିଳାଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ପୁଲିସ ଏହି ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।












Click it and Unblock the Notifications