ବିଜେପିରେ ରହି ଅସନ୍ତୋଷ ଝଡିଲେ କ୍ୟାପଟେନ ଅମରିନ୍ଦର୍ ହିଂସ, କହିଲେ କେହି ପଚାରୁ ନାହାନ୍ତି
ପୂର୍ବତନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟିର ପ୍ରାୟ ସମସ୍ତ ନିଷ୍ପତ୍ତି ଦିଲ୍ଲୀରୁ ନିଆଯାଇଥାଏ। କୌଣସି ନିଷ୍ପତ୍ତି ନେବା ସମୟରେ ତାଙ୍କ ସହିତ ପରାମର୍ଶ କରାଯାଏ ନାହିଁ। ସେ କଂଗ୍ରେସ ଦଳକୁ ଫେରିବେ କି ନାହିଁ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ପଞ୍ଜାବ ପ୍ରତି ବିଶେଷ ଭଲପାଇବା ଅଛି। ପ୍ରଧାନମନ୍ତ୍ରୀ ରାଜ୍ୟ ପାଇଁ କିଛି ମଧ୍ୟ କରିବାକୂ ପ୍ରସ୍ତୁତ।
ଅମରିନ୍ଦର ସିଂହ କଂଗ୍ରେସ ଦଳକୁ ଫେରିବା କଥାକୁ ସ୍ପଷ୍ଟ ଭାବରେ ମନା କରିଦେଇଛନ୍ତି। ସେ କହିଛନ୍ତି ଯେ, ଦଳକୁ ଫେରିବା ଏବେ ଅସମ୍ଭବ। କାରଣ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ବାହାର କରାଯାଇଥିବା ଶୈଳୀକୁ ନେଇ ଏବେ ବି ଆଘାତ ପାଇଛନ୍ତି। ତେଣୁ କଂଗ୍ରେସରେ ଯୋଗଦେବା ପ୍ରଶ୍ନ ନାହିଁ। ତେବେ ଅମରିନ୍ଦରଙ୍କ ବିଜେପି ବିରୋଧରେ ଏଭଳି ମନ୍ତବ୍ୟ ନେଇ ରାଜ୍ୟ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି।
ସେ କହିଛନ୍ତି, ଯଦି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ତାଙ୍କୁ ସାହାଯ୍ୟ ମାଗନ୍ତି, ତେବେ ମୁଁ ସର୍ବଦା ତାଙ୍କୁ ସାହାଯ୍ୟ କରିବି। କିନ୍ତୁ ମୁଁ ରାଜନୈତିକ ଭାବରେ ସାହାଯ୍ୟ କରିପାରିବି ନାହିଁ।












Click it and Unblock the Notifications