ବିଚାରପତିଙ୍କ ଉପରେ ବର୍ଷିଲେ CJI, କହିଲେ ଆପଣ ଆପଣ ଭାରତର କେଉଁ ବି ଅଞ୍ଚଳକୁ କହିପାରିବେନି ପାକିସ୍ତାନ
ନୂଆଦିଲ୍ଳୀ: ନିକଟରେ ହୋଇଥିବା ଶୁଣାଣି ସମୟରେ ବେଙ୍ଗାଲୁରୁର ଏକ ଅଞ୍ଚଳକୁ 'ପାକିସ୍ତାନ' ବୋଲି ସମ୍ବୋଧନ କରି ବିବାଦୀୟ ମନ୍ତବ୍ୟ ଦେଇଥବା କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମ୍କୋର୍ଟ। କୋର୍ଟ ପ୍ରକ୍ରିୟା ସମୟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ସର୍ବସାଧାରଣରେ କ୍ଷମା ମାଗିବା ପରେ ସୁପ୍ରିମକୋର୍ଟ ଆଜି କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ବେଦଭାସାଚାର୍ଯ୍ୟ ଶ୍ରୀଶାନନ୍ଦଙ୍କ ବିରୋଧରେ ଆଇନଗତ ପ୍ରକ୍ରିୟା ବନ୍ଦ କରିଛନ୍ତି।
ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ବାଇ ଚନ୍ଦ୍ରଚୁଡ଼ଙ୍କ ପାଞ୍ଚଜଣିଆ ଖଣ୍ଡପିଠର ନେତୃତ୍ୱ ନେଇ ସେ କହିଛନ୍ତି ଯେ, ' ଏହି ନିଷ୍ପତ୍ତି ନ୍ୟାୟ ହିତକୁ ଦୃଷ୍ଟିରେ ରଖି ଏବଂ ନ୍ୟାୟପାଳିକାର ସମ୍ମାନକୁ ଦୃଷ୍ଟିରେ ରଖି ନିଆଯାଇଛି।' ସୁପ୍ରିମକୋର୍ଟ ବୁଧବାର କର୍ଣ୍ଣାଟକ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦଙ୍କୁ କଡ଼ା ସ୍ବରରେ କହିଛନ୍ତି କି ''ଆପଣ ଭାରତର କୌଣସି ବି ଅଞ୍ଚଳକୁ ଏପରି ଭାବେ ପାକିସ୍ତାନ କହି ସମ୍ବୋଧନ କରିପାରିବେ ନାହିଁ।''

ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡିୱାଇ ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଛନ୍ତି ଯେ ବିଚାରପତି ତାଙ୍କର ମନ୍ତବ୍ୟ ପାଇଁ କ୍ଷମା ମାଗି ସାରିଛନ୍ତି। ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଥିଲା ଯେ ହାଇକୋର୍ଟର ବିଚାରପତି ଜଷ୍ଟିସ ଭି ଶ୍ରୀଶାନନ୍ଦ ବେଙ୍ଗାଲୁରୁର ଏକ ଅଞ୍ଚଳକୁ 'ପାକିସ୍ତାନ' ବୋଲି କହିଥିଲେ ଏବଂ ଜଣେ ମହିଳା ଓକିଲଙ୍କୁ ନେଇ ଭୁଲ ମନ୍ତବ୍ୟ ଦେଇଥିଲେ।
ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ତାଙ୍କର ଏହି ମନ୍ତବ୍ୟ ଯୋଗୁ ସୁପ୍ରିମକୋର୍ଟ କର୍ଣ୍ଣାଟକ ହାଇକୋର୍ଟଙ୍କଠାରୁ ରିପୋର୍ଟ ମାଗିଥିଲେ। ତେବେ ଘଟଣାର କିଛି ସମୟ ମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କୁ ହାଇକୋର୍ଟ ରିପୋର୍ଟ ଦାଖଲ କରିଥିଲେ।












Click it and Unblock the Notifications