Get Updates
Get notified of breaking news, exclusive insights, and must-see stories!

ଲୋକସଭା ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ପ୍ରାର୍ଥୀ, ଏହି ସବୁ ନାଁଙ୍କୁ ହେଉଛି ଚର୍ଚ୍ଚା

ଆଜି ଲୋକସଭା ବାଚସ୍ପତି ପଦ ପାଇଁ ହେବ ନାମାଙ୍କନ ଦାଖଲ ହେବ । ଏନଡିଏ ଘୋଷଣା କରିପାରେ ବାଚସ୍ପତି ପ୍ରାର୍ଥୀଙ୍କ ନାମ । ଦିନ ୧୨ ସୁଦ୍ଧା ନାମାଙ୍କନ ପତ୍ର ଦାଖଲ କରାଯିବାର ସମୟ ଧାର୍ଯ୍ୟ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ବାଚସ୍ପତିଙ୍କ ନାମ ଘୋଷଣା କରିପାରନ୍ତି ।

Speaker

ବାଚସ୍ପତି ରେସରେ ସବୁଠୁ ଆଗରେ ଓମ୍ ବିର୍ଲାଙ୍କ ନାଁ ଥିବାବେଳେ ଆନ୍ଧ୍ରପ୍ରଦେଶ ବିଜେପି ସଭାପତି ଡି ପୁରନ୍ଦେଶ୍ୱରୀ, ବରିଷ୍ଠ ବିଜେପି ନେତା ରାଧାମୋହନ ସିଂହ ଏବଂ ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି । ଆସନ୍ତାକାଲି ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ସେ ପର୍ଯ୍ୟନ୍ତ ଭର୍ତୃହରି ମହତାବଙ୍କୁ ଅସ୍ଥାୟୀ ବାଚସ୍ପତି ରୂପେ ନିଯୁକ୍ତ କରାଯାଇଛି । ୧୮ତମ ଲୋକସଭାର ପ୍ରଥମ ଅଧିବେଶନ କାଲିଠୁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ୨୮୦ ଜଣ ଲୋକସଭା ସାଂସଦ ଶପଥ ନେଇଛନ୍ତି । ଜୁନ ୨୭ରେ ସଂସଦର ମିଳିତ ଅଧିବେଶନ ହେବାକୁ ଥିବାବେଳେ ସେଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଗୃହକୁ ସମ୍ବୋଧିତ କରିବେ ।

ସୂଚନା ଯୋଗ୍ୟ ଯେ, ଲୋକସଭା ନିର୍ବାଚନ ସମାପ୍ତ ହେବା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣ ପରେ କାଲି ଠାରୁ 18 ତମ ଲୋକସଭାର ପ୍ରଥମ ଅଧିବେଶନ ଆରମ୍ଭ ହେଉଛି। ବିଜେପି ସାଂସଦ ଭର୍ତ୍ତୃହରି ମହତାବ କାମଚଳା ବାଚସ୍ପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଶପଥ ପାଠ କରାଇଥିଲେ । କ୍ରମାଗତ 7 ଥର ସାଂସଦ ରୂପେ ସେ ବିଜୟ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+