ଭାରତ-କାନାଡ଼ା ବିବାଦ: ଭାରତରୁ ଫେରିଲେ ୪୧ କୁଟନୀତିଜ୍ଞ
Canda-India Row: ଭାରତ-କାନାଡ଼ା ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଭାରତରେ ଥିବା ୪୧ ଜଣ କୁଟନୀତିଜ୍ଞଙ୍କୁ ଫେରାଇ ନେଇଛି କାନାଡା । ଏନେଇ କାନାଡାର ବିଦେଶ ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲେ ଏହି ଘଟଣା ପରେ କାନାଡାର ପରବର୍ତ୍ତି ପଦକ୍ଷେପ ବିଷୟରେ କୌଣସି ସୂଚନା ଦେଇ ନାହାଁନ୍ତି କାନାଡାର ବିଦେଶ ମନ୍ତ୍ରୀ ମେଲାନୀ ଜୋଲି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଖାଲିସ୍ଥାନୀ ଆତଙ୍କୀ ହରଦୀପ ସିଂହ ନିଜ୍ୱରଙ୍କ ହତ୍ୟା ପଛରେ ଭାରତରେ ହାତ ଥିବା ନେଇ କାନାଡା ଦାବି କରିଥିଲା । ଯାହା ପରେ ଉଭୟ ଦେଶ ମଧ୍ୟ ବିବାଦ ଲାଗି ରହିଛି ।
କାନାଡା ବିଦେଶ ମନ୍ତ୍ରୀ ମେଲାନୀ ଜୋଲି କହିଛନ୍ତି, କାନାଡା କୁଟନୀତିଜ୍ଞଙ୍କୁ ଦେଶ ଛାଡିବା ପାଇଁ ଭାରତ ନିର୍ଦ୍ଦେଶ ଦେଇଥିଲା । ସେହିପରି ଯଦି ସେମାନେ ଦେଶ ନ ଛାଡନ୍ତି ତେବେ କାନାଡା ସହ ଭାରତର ରାଜନୈତିକ ସୁବିଧା ବନ୍ଦ କରି ଦିଆଯିବ ବୋଲି ଭାରତ ପକ୍ଷରୁ କୁହାଯାଇଥିଲା । ତେବେ ଏପରି ପଦକ୍ଷେପ ନେବା ଅନୁଚିତ ବୋଲି କହିଛନ୍ତି କାନାଡା ବିଦେଶ ମନ୍ତ୍ରୀ ।

କାନାଡା ବିଦେଶ ମନ୍ତ୍ରୀ ଏକ ପ୍ରେସ୍ କନଫରେନ୍ସ କରି ସ୍ପଷ୍ଟ କରିଛନ୍ତି ଯେ, ଭାରତର ଏପରି ନିର୍ଦ୍ଦେଶକୁ ଦୃଷ୍ଟିରେ ରଖି ଆମେ ଆମ ଦେଶର କାନାଡା କୁଟନୀତିଜ୍ଞଙ୍କୁ ସୁରକ୍ଷୀତ ନିଜ ଦେଶକୁ ଫେରିଆ ଆଣିଛୁ । ହେଲେ ସେ ଏ ପର୍ଯ୍ୟନ୍ତ କାନାଡା ପକ୍ଷରୁ ଭାରତର ଏପରି ପଦକ୍ଷେପ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ।
ସୂଚାନା ଥାଉ ଯେ, ଚିଳିତ ବର୍ଷ ଖାଲିସ୍ଥାନୀ ନେତା ହରଦୀପ ସିଂହ ନିଜ୍ୱରକୁ ହତ୍ୟା କରାଯାଇଥିଲା । ଯାହା ପରେ କାନାଡା ସରକାରଙ୍କ ଉପରେ ଖାଲିସ୍ଥାନୀ ଆତଙ୍କବାଦୀଙ୍କ ପକ୍ଷରୁ ଚାପ ପକାଯାଇଥିଲା । ଯାହା ପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ସଂସଦାରେ ନିଜ୍ୱରଙ୍କ ହତ୍ୟା ପଛରେ ଭାରତକୁ ଦାୟି କରିଥିଲେ । ସେହିପରି ଭାରକୀୟ କୁଟନୀତିଜ୍ଞଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।












Click it and Unblock the Notifications