Get Updates
Get notified of breaking news, exclusive insights, and must-see stories!

ଖୁବ୍‌ଶୀଘ୍ର ମାର୍କେଟକୁ ଆସିବ କ୍ୟାନ୍ସର ଭ୍ୟାକ୍ସିନ୍‌: ଜାଣନ୍ତୁ, କେତେ ରହିବ ପ୍ରାଇସ୍ ?

ଖୁବ୍‌ଶୀଘ୍ର ମାର୍କେଟକୁ ଆସିବ କ୍ୟାନ୍ସର ଭ୍ୟାକ୍ସିନ୍‌ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍‌ସର ପାଇଁ ‘CERVAVAC’ ଭ୍ୟାକ୍ସିନ୍‌ ବଜାରେ ମିଳିବ ।

Cancer Vaccine

Cancer Vaccine: ଖୁବ୍‌ଶୀଘ୍ର ମାର୍କେଟକୁ ଆସିବ କ୍ୟାନ୍ସର ଭ୍ୟାକ୍ସିନ୍‌ । ସେରମ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଏହି ଟିକା ବଜାରରେ ଉପଲବ୍ଧ ହେବା ନେଇ ସୂଚନା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ଗର୍ଭାଶୟ କ୍ୟାନ୍‌ସର ପାଇଁ 'CERVAVAC' ଭ୍ୟାକ୍ସିନ୍‌ ବଜାରେ ମିଳିବ । ଏହି ଭ୍ୟାକ୍ସିନର ଦୁଇ-ଡୋଜର ମୂଲ୍ୟ ମାତ୍ର 2000 ଟଙ୍କା ରହିଛି । ଗତ ଜାନୁଆରୀ 24 ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଏହାର ଆରମ୍ଭ ହୋଇଥିଲା । ଯାହା ଆଗାମୀ ଦିନରେ ବଜାରକୁ ଆସିବାକୁ ଯାଉଛି । ଆଉ ଏହା ଭାରତର ପ୍ରଥମ ଗର୍ଭାଶୟ କ୍ୟାନ୍‌ସର ଭ୍ୟାକ୍ସିନ୍‌ ହେବ ।

କହିରଖୁ କି, ଭାରତ ବର୍ତ୍ତମାନ HPV ଟିକା ପାଇଁ ବିଦେଶୀ ଟିକା ନିର୍ମାତା ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ । ବର୍ତ୍ତମାନ ଆମେରିକାର ବହୁରାଷ୍ଟ୍ରୀୟ କମ୍ପାନୀ ମର୍କର ଗାର୍ଡାସିଲ୍ ଏଚପିଭି ଟିକା ଘରୋଇ ବଜାରରେ ଉପଲବ୍ଧ ଏବଂ ଏହାର ମୂଲ୍ୟ ଦଶ ହଜାର ଟଙ୍କା ରହିଛି । ତେବେ ଆଗାମୀ ଦିନରେ ଭାରତର ଗର୍ଭାଶୟ କ୍ୟାନ୍‌ସର ଟିକା ବଜାରକୁ ଆସିବାକୁ ଯାଉଛି । 9 ରୁ 14 ବର୍ଷର ନାବାଳିକାଙ୍କୁ ଏହି ଟିକା ଦିଆଯିବା ନେଇ ମଧ୍ୟ ଧ୍ୟାନ ଦିଆଯାଇଛି । ଯାହା ଦ୍ୱାରା ଗର୍ଭାଶୟ କର୍କଟ ହେବାର ଆଶଙ୍କା କମି ପାରିବ ।

ଉଲ୍ଲେଖଥାଉ କି, ବିଶ୍ୱର ମହିଳା ଜନସଂଖ୍ୟାର ପ୍ରାୟ 16 ପ୍ରତିଶତ ଭାରତରେ ରୁହନ୍ତି । ଗର୍ଭାଶୟ କର୍କଟ ରୋଗୀଙ୍କ ସଂଖ୍ୟା 25 ପ୍ରତିଶତ ଭାରତରୁ ଆସିଥାଏ । କିଛି ସାମ୍ପ୍ରତିକ ଆକଳନ ଅନୁଯାୟୀ, ଭାରତରେ ପ୍ରାୟ 80,000 ମହିଳା ପ୍ରତିବର୍ଷ ଗର୍ଭାଶୟ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଏବଂ ପ୍ରାୟ 35,000 ମହିଳା ଏଥିରେ ମୃତ୍ୟୁ ବରଣ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+