ମହଙ୍ଗା ହେବ କ୍ୟାନ୍ସର, ଡାଏବେଟିସ୍ ଏବଂ ହୃଦ୍ରୋଗ ମେଡିସିନ୍
ମଧୁମେହ ଏବଂ କର୍କଟ ରୋଗୀମାନଙ୍କୁ ଏକ ବଡ଼ ଝଟକା ଲାଗିବାକୁ ଯାଉଛି । ଏକ ରିପୋର୍ଟ ଅନୁଯାୟୀ, କର୍କଟ-ମଧୁମେହ, ହୃଦରୋଗ ଏବଂ ଅନ୍ୟାନ୍ୟ ଆଣ୍ଟିବାୟୋଟିକ୍ ସମେତ ସରକାରୀ ନିୟନ୍ତ୍ରିତ ଔଷଧଗୁଡ଼ିକ ଖୁବ୍ ଶୀଘ୍ର ମହଙ୍ଗା ହୋଇଯିବ । ସୂତ୍ର ଅନୁଯାୟୀ, ଏହି ଔଷଧଗୁଡ଼ିକର ମୂଲ୍ୟ ୧.୭ ପ୍ରତିଶତ ବୃଦ୍ଧି ପାଇବାର ଆଶା କରାଯାଉଛି ।
ମୂଲ୍ୟ ବୃଦ୍ଧି ପରେ କ୍ୟାନ୍ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧ ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ। କାରଣ ବର୍ତ୍ତମାନ କମ୍ପାନୀଙ୍କ ପାଖରେ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି। ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧଗୁଡ଼ିକର ମୂଲ୍ୟ ବଢ଼ିଲେ ଫାର୍ମା କମ୍ପାନୀଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ।

ଫାର୍ମା ଶିଳ୍ପରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କଞ୍ଚା ମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଫାର୍ମା କମ୍ପାନୀଗୁଡିକ ବିରୁଦ୍ଧରେ ବାରମ୍ବାର ନିୟମ ଉଲ୍ଲଙ୍ଘନର ଅଭିଯୋଗ ରହିଛି। ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ଅନୁଯାୟୀ, ଫାର୍ମା କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ସୀମାକୁ ଉଲ୍ଲଙ୍ଘନ କରୁଛନ୍ତି।












Click it and Unblock the Notifications